www.samajalive.in
Tuesday, December 9, 2025
15.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ବାୟୁସେନାର ବଢ଼ିବ ବଳ… ପ୍ରଥମ ଥର ପାଇଁ ଶକ୍ତି ଦେଖାଇବ ସ୍ୱଦେଶୀ ଅତ୍ୟାଧୁନିକ ହାଲୁକା ଲଢ଼ୁଆ ହେଲିକପ୍ଟର… ରାତିର ଅନ୍ଧାରରେ ଶତ୍ରୁଙ୍କୁ ଦେବ ଚକମା… ରାଜସ୍ଥାନର ଯୋଧପୁରରେ ସେନାରେ ହେବ ସାମିଲ… ଉପସ୍ଥିତ ରହିବେ ପ୍ରତିରକ୍ଷାମନ୍ତ୍ରୀ ଏବଂ ବାୟୁସେନା ମୁଖ୍ୟ…

(୨) ମା’ଙ୍କ ଆରାଧନାରେ କମ୍ପୁଛି ପରିବେଶ… ଧରାବତରଣ କରିଛନ୍ତି ମା’ ଜଗତଜନନୀ… ଆଜି ପବିତ୍ର ମହାଷ୍ଟମୀ… ପୂଜା ମଣ୍ଡପରେ ଲାଗୁଛି ଶ୍ରଦ୍ଧାଳୁଙ୍କ ଭିଡ଼… ରାଜଧାନୀର ଛକଛକରେ ଦେଖିବାକୁ ମିଳୁଛି ସୁନ୍ଦର ତୋରଣ ସାଙ୍ଗକୁ ଆଲୋକମାଳା… ଗାଁଠୁ ସହର ଯାଏଁ ସବୁଠି ଉତ୍ସାହର ମାହଲ…

- Advertisement -

(୩) ପରଲୋକରେ ପଦ୍ମପୁର ବିଧାୟକ… ୬୫ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ… ବିଜୟଙ୍କ ଦେହାନ୍ତରେ ରାଜ୍ୟ ରାଜନୀତିରେ ଶୋକର ଛାୟା… ଟ୍ୱିଟ୍‌ ଯୋଗେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧ​‌ର୍ମେନ୍ଦ୍ର ପ୍ରଧାନ…

(୪) ଆଉନାହାନ୍ତି କଣ୍ଠଶିଳ୍ପୀ ମୁରଲୀ ମହାପାତ୍ର… ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂଗୀତ ପରିବେଷଣ ବେଳେ ଟଳିପଡ଼ିଲେ ମୁରଲୀ… ଚିକିତ୍ସା ପାଇଁ ହୋଇଥିଲେ ଡାକ୍ତରଖାନାରେ ଭର୍ତ୍ତି… ସେଠାରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର… ଦୁର୍ଗାପୂଜାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ଗାଉଥିବା ବେଳେ ଅଘଟଣ…

(୫) ଦୁର୍ଗାପୂଜା ମଣ୍ଡପରେ ଅଗ୍ନିକାଣ୍ଡ… ଜୀବନ୍ତ ଜଳିଗଲେ ୩ଜଣ… କିଛି ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି… ଉତ୍ତର ପ୍ରଦେଶର ଭଦୋହିରେ ଘଟିଛି ଏହି ଅଭାବନୀୟ ଘଟଣା… ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୨ଜଶ ଶିଶୁ ରହିଥିବା ସୂଚନା… ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ… ଘଟଣାସ୍ଥଳରେ ପୁଲିସ କରୁଛି ଛାନଭିନ୍‌…

(୬) କାନ୍ଥ ଭାଙ୍ଗି ଲୁଟିନେଲେ ଏଟିଏମ୍‌… ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ବରପଦା ଛକରେ ଏଟିଏମ୍‌ ଲୁଟ୍‌ ଅଭିଯୋଗ… କେତେ ଟଙ୍କା ଲୁଟ୍‌ ହୋଇଛି ଜଣାପଡ଼ିନାହିଁ… ଘଟଣାସ୍ଥଳରେ ପୁଲିସ ପହଞ୍ଚି କରୁଛି ତଦନ୍ତ…

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories