www.samajalive.in
Sunday, December 7, 2025
16.1 C
Bhubaneswar

ଇରାନୀୟ ବିମାନରେ ବୋମା, ଅବତରଣ ପାଇଁ ଅନୁମତି ଦେଲାନି ଭାରତୀୟ ବାୟୁସେନା

ଜୟପୁର: ଇରାନର ଏକ ପାସେଞ୍ଜର ଜେଟ ବିମାନରେ ବୋମା ଥିବା ସୂଚନା ମିଳିଛି। ଭାରତୀୟ ବାୟୁସୀମା ଭିତରେ ବୋମା ଥିବା ଇରାନୀୟ ବିମାନ ନୂଆଦିଲ୍ଲୀ ଆଡ଼କୁ ଆସିବାବେଳେ ପିଛା କଲା ଭାରତୀୟ ବାୟୁସେନା। ଭାରତୀୟ ଏୟାରସ୍ପେଶରେ ଥିବାବେଳେ ମିଳିଥିଲା ସୂଚନା ମିଳିଥିଲା। ଭାରତୀୟ ବାୟୁସେନା ପକ୍ଷରୁ ତତ୍କାଳ ପଦକ୍ଷେପ ନିଆଯାଇଥିଲା। ହାଇ ଆଲର୍ଟ ସହ ଦିଲ୍ଲୀରେ ଅବତରଣ ପାଇଁ ଅନୁମତି ଦିଆଯାଇନଥିଲା। ଫଳରେ ବୋମା ଥିବା ଇରାନୀୟ ବିମାନଟି ଚୀନ ଅଭିମୁଖେ ଯାଇଥିବା ସୂଚନା ମିଳିଛି। ଏହି ବିମାନର ଗତିବିଧି ଉପରେ ସୁରକ୍ଷା ଏଜେନ୍ସି ନଜର ରଖିଛି।
ଚାଇନା ଯାଉଥିବା ଏକ ଇରାନ ବିମାନ ଭିତରେ ବୋମା ଥିବା ସୂଚନା ମିଳିବା ପରେ ଭାରତୀୟ ବାୟୁସେନା ଆଲର୍ଟ ହୋଇଛି। ରାଜସ୍ଥାନର ଯୋଧପୁର ଆକାଶରେ ଯାତ୍ରା କରୁଥିବା ଏହି ବିମାନକୁ ପିଛା କରିଛି ଭାରତୀୟ ବାୟୁ ସେନା। ଭାରତୀୟ ବାୟୁସେନାର ଦୁଇ ଯୁଦ୍ଧ ବିମାନ ଏହି ଇରାନ ଜାହାଜଜୁ ପିଛା କରିଛନ୍ତି। ଉକ୍ତ ଇରାନ ବିମାନରେ ବୋମା ଥିବା ଗୋଇନ୍ଦା ସୂତ୍ରରୁ ଖବର ମିଳିବା ପରେ ଭାରତୀୟ ବାୟୁ ସେନା ପକ୍ଷରୁ ଦୁଇଟି Su-30MKI ଫାଇଟର ଜେଟ ଏହି ବିମାନକୁ ଘେରାବନ୍ଦୀ କରିବା ଆରମ୍ଭ କରିଛି। ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି। ଏହି ବିମାନଟି ଦିଲ୍ଲୀ ବିମାନ ବନ୍ଦରରେ ଅଟକିବାକୁ ଅନୁମତି ମାଗିଥିଲା। ହେଲେ ବିମାନ ବନ୍ଦର ପକ୍ଷରୁ ଏହି ଅନୁମତିକୁ ଅଗ୍ରାହ୍ୟ କରି ଦିଆଯାଇଥିଲା।

ଏହା ପରେ ଦୁଇଟି ଭାରତୀୟ ଯୁଦ୍ଧ ବିମାନକୁ ଏହା ପଛରେ ମୁତୟନ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଉକ୍ତ ବିମାନରେ ବୋମା ନଥିବା ସ୍ପଷ୍ଟ କରାଯାଇଥିଲା। ତେବେ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ରଖିଥିବା ଗୋଇନ୍ଦା ଏଜେନ୍ସି ବୋମା ନଥିବା ନିଶ୍ଚିତ ହେବା ପରେ ଉକ୍ତ ବିମାନର ଗନ୍ତବ୍ୟସ୍ଥଳ ଚାଇନା ଅଭିମୁଖେ ଛଡ଼ାଯାଇଛି। ତଥାପି ସୁରକ୍ଷା ବଳ ପକ୍ଷୁ ଉକ୍ତ ବିମାନ ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି। ଅଘଟଣ ଆଶଙ୍କାରେ ଚାଇନା ଅଭିମୁଖେ ଯାତ୍ରା କରୁଥିବା ଉକ୍ତ ବିମାନର ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ଏଥିପାଇଁ ଭାରତୀୟ ଆକାଶ ବାହିନୀର ସମସ୍ତଙ୍କ ଷ୍ଟେସନ ଏବଂ ବେସାମରିକ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଆଲର୍ଟ ରଖାଯାଥିଲା। ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଇରାନ ବିମାନ ଉପରେ ଏବେ ବି ନିଘା ରଖିଛି ଭାରତୀୟ ବାୟୁ ସେନା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories