ସରକାରୀ ଜାଗାରେ ମିନିପାର୍କ ନିର୍ମାଣକୁ ବିରୋଧ ଘଟଣା; ଏତଲା ଦେଲେ ଏସ୍.ଡି.ଏ. ଗ୍ରୁପ ସଭାନେତ୍ରୀ
ଦେବଗଡ଼: ଦେବଗଡ ପୌରାଞ୍ଚଳ ୧ନମ୍ବର ୱାର୍ଡ ଖପରସାହି ନିକଟସ୍ଥ ସରକାରୀ ଜାଗାରେ ପୌର ପରିଷଦ ପକ୍ଷରୁ ମୁକ୍ତା ଯୋଜନାରେ ଏସ୍.ଡି.ଏ. ଗ୍ରୁପ ଜରିଆରେ ମିନି ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ମିନି ପାର୍କ ନିର୍ମାଣକୁ ଗୋଟିଏ ଗୋଷ୍ଠୀ ସମର୍ଥନ କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ସମର୍ଥନ କରୁନଥିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ଏହି ମାମଲା ଥାନା ପର୍ଯ୍ୟନ୍ତ ଯିବାସହ ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ଏସଡିଏ ଗ୍ରୁପ ପକ୍ଷରୁ ବିରୋଧକାରୀ ମାନଙ୍କ ବିରୋଧରେ ଦେବଗଡ ଆଦର୍ଶ ଥାନାରେ ଏକ ଏତଲା ଦିଆଯାଇଥିବା ଜଣାପଡିଛି ।
ଏସ.ଡି.ଏ. ଗ୍ରୁପ ଦିଆଯାଇଥିବା ଜଣାପଡିଛି । ସମ୍ପୃକ୍ତ ଏସ.ଡି.ଏ. ଗ୍ରୁପର ସଭାନେତ୍ରୀ କବିତା ମହାକୁଡଙ୍କ ଅଭିଯୋଗ ଅନୁଯାୟୀ ସାହିର ଉନ୍ନତି ନିମନ୍ତେ ଏକ ମିନି ପାର୍କ ନିର୍ମାଣ ନିମନ୍ତେ ପୌର ପରିଷଦ ପକ୍ଷରୁ ତାଙ୍କ ଗ୍ରୁପକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଏହି ଆଦେଶ ଅନୁଯାୟୀ ଗ୍ରୁପ ପକ୍ଷରୁ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଗତ ୨୮ ତାରିଖ ଦିନ ସାହିର କେତେକ ଅଣ ବାସିନ୍ଦା ନିର୍ମାଣ କାର୍ଯ୍ୟକୁ ବିରୋଧ କରିବା ସହ କାମ ବନ୍ଦ କରିଦେଇଥିଲେ ।
ତେବେ ମିନି ପାର୍କ ନିର୍ମାଣ କାର୍ଯ୍ୟକୁ ସମର୍ଥନ କରି ନିର୍ମାଣ କାର୍ଯ୍ୟ ଜାରି ରଖିବା ନିମନ୍ତେ ବସ୍ତି ବାସିନ୍ଦା ମାନେ ଜିଲାପାଳ ଓ ପୌର ନିର୍ବାହୀ ଅଧିକାରୀଙ୍କ ନିକଟରେ ଲିଖିତ ଗୁହାରୀ କରିଥିଲେ । ଫଳରେ ପୁଣିଥରେ ନିର୍ମଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ଆଜି ନିର୍ମଣ କାର୍ଯ୍ୟ ଚାଲିଥିବା ବେଳେ ପୁଣି କେତେକ ଅଣ ବାସିନ୍ଦା ନିର୍ମାଣସ୍ଥଳରେ ପହଞ୍ଚି ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରି ନିର୍ମାଣ କାର୍ଯ୍ୟ ବନ୍ଦ କରିଥିବା ଅଭିଯୋଗ କରିଛନ୍ତି । ସେହିପରି ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଏସଡିଏ ସଭାନେତ୍ରୀ ଶ୍ରୀମତି ମହାକୁଡ ତାଙ୍କର ଏତଲା ଜରିଆରେ ଦାବି କରିଛନ୍ତି । ।
Comments are closed.