www.samajalive.in
Tuesday, December 9, 2025
16.1 C
Bhubaneswar

ସ୍କୁଟର କିମ୍ବା ମୋଟରସାଇକେଲ୍‌ ନୁହେଁ, ଏ ହେଉଛି ହାଇପରବାଇକ୍‌: ଦିନକ ପରେ ହେବ ଲଞ୍ଚ୍‌

ଡେସ୍କ: ଆପଣ ଏଲଏମଏଲର ନାଁ ତ ଶୁଣିଥିବେ। ସେହି ଏଲଏମଏଲ, ଯାହାର ୯୦ ଦଶକରେ ଜବରଦସ୍ତ ଚାହିଦା ଥିଲା। ଏଲଏମଏଲର ଭେସ୍ପା ସ୍କୁଟର ଖୁବ୍‌ ଲୋକପ୍ରିୟ। ତେବେ ସମୟ ସହିତ ଦେଶରେ ଏଲଏମଏଲ ଯାନଗୁଡିକର ଲୋକପ୍ରିୟତା ହ୍ରାସ ପାଇଥିଲା। କିନ୍ତୁ ବର୍ତ୍ତମାନ ଏଲଏମଏଲ ପୁଣି ଥରେ ବୈଦ୍ୟୁତିକ ଯାନ ସହିତ ବଜାରକୁ ଫେରିବାକୁ ପ୍ରସ୍ତୁତ। ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀ ସେପ୍ଟେମ୍ବର ୨୯ରେ ଏକକାଳୀନ ତିନୋଟି ପ୍ରଡକ୍ଟ ଲଞ୍ଚ୍ କରିବାକୁ ଯାଉଛି। ଏଥିରେ କମ୍ପାନୀର ଲୋକପ୍ରିୟ ଇଲେକ୍ଟ୍ରିକ୍ ହାଇପରବାଇକ୍ ମଧ୍ୟ ଅନ୍ତର୍ଭୁକ୍ତ। କମ୍ପାନୀ ଏକ ବୈଦ୍ୟୁତିକ ସ୍କୁଟର ଏବଂ ଏକ ବୈଦ୍ୟୁତିକ ମୋଟରସାଇକେଲ୍ ମଧ୍ୟ ଲଞ୍ଚ୍‌ କରିବ।

ଓଲା, ଏଥର, ଟିଭିଏସକୁ ଦେବ ଟକ୍କର:-

- Advertisement -

ଏଲଏମଏଲ ଇଲେକ୍ଟ୍ରିକ୍ ସମ୍ବନ୍ଧୀୟ ସୂଚନା ଅନୁଯାୟୀ, କମ୍ପାନୀର ସିଇଓ ଯୋଗେଶ ଭାଟିଆ ୨୦୨୫ ସୁଦ୍ଧା ଏଲଏମଏଲକୁ ଭାରତର ଟପ୍ ବୈଦ୍ୟୁତିକ ଦୁଇ ଚକିଆ କମ୍ପାନୀମାନଙ୍କ ମଧ୍ୟରୁ ଗୋଟିଏ କରିବାକୁ ଯୋଜନା କରୁଛନ୍ତି। କମ୍ପାନୀ ଏହାର ଯାନକୁ ପ୍ରିମିୟମ ଇ-ଯାନ ସେଗମେଣ୍ଟରେ ଲଞ୍ଚ କରିବ, ଯାହା ବଜାରରେ ଓଲା, ଏଥର, ସିମ୍ପଲ, ଟିଭିଏସ୍ ଏବଂ ବଜାଜ୍‌ର ବୈଦ୍ୟୁତିକ ଦୁଇ ଚକିଆ ଯାନକୁ ଟକ୍କର ଦେବ। ନିଜ ବୈଦ୍ୟୁତିକ ଯାନର ଟେକ୍ନୋଲୋଜୀ ଏବଂ ଡିଜାଇନର ବିକାଶ ପାଇଁ ଏଲଏମଏଲ ଇଲେକ୍ଟ୍ରିକ୍ ଜର୍ମାନ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ କମ୍ପାନୀ ଇରକିଟ୍‌ ସହିତ ହାତ ମିଶାଇଛି।

ଥରେ ଚାର୍ଜ କଲେ ଚାଲିବ ୧୨୦ କିମି:-

ଏଲଏମଏଲ ପ୍ରଥମ କମ୍ପାନୀ ଭାବେ ଏକ ଇଲେକ୍ଟ୍ରିକ୍ ହାଇପରବାଇକ୍ ଲଞ୍ଚ କରିବ, ଯେଉଁଥିରେ ପେଡାଲ୍ ସହାୟକ ଟେକ୍ନୋଲୋଜୀ ରହିବ। ଏହି ମୋଟରସାଇକେଲ ବିଷୟରେ ଅଧିକ ସୂଚନା ଉପଲବ୍ଧ ନାହିଁ। କୁହାଯାଉଛି ଯେ, ଏହି ବୈଦ୍ୟୁତିକ ବାଇକ୍ ଫୁଲ୍‌ ଚାର୍ଜରେ ୧୨୦ କିଲୋମିଟର ଯାତ୍ରା କରିବ। ଏହାର ଇଲେକ୍ଟ୍ରିକ୍ ମୋଟର ୨୦ ବିଏଚପି ଶକ୍ତି ଉତ୍ପାଦନ କରିବ। ଏହି ହାଇପରବାଇକର ସର୍ବାଧିକ ବେଗ ଘଣ୍ଟା ପ୍ରତି ୯୦ କିଲୋମିଟର ହୋଇପାରେ। ଏହି ଇଲେକ୍ଟ୍ରିକ୍ ହାଇପରବାଇକର ବିକ୍ରୟ ଜାନୁଆରୀ ୨୦୨୩ରେ ଆରମ୍ଭ ହେବ। ଏହାପରେ କମ୍ପାନୀ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିବ ଏବଂ ଏହାର ବିକ୍ରୟ ଅଗଷ୍ଟ ୨୦୨୩ରୁ ଆରମ୍ଭ ହେବ।

ହାଇପରବାଇକ୍‌ କ’ଣ?

eROCKIT ହେଉଛି ଏକ ପେଡାଲ୍ ଚାଳିତ ଇଲେକ୍ଟ୍ରିକ୍ ମୋଟରସାଇକେଲ୍, ଯାହାକୁ ହାଇପରବାଇକ୍ ମଧ୍ୟ କୁହାଯାଏ। ଏହା ପେଡ୍‌ଲିଂ ଦ୍ବାରା ସୁରୁଖୁରୁରେ ଚାଲିବ। ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୯୦ କିଲୋମିଟରରୁ ଅଧିକ, ଯାହା ଉନ୍ନତ ବ୍ୟାଟେରୀ ଏବଂ ଇଲେକ୍ଟ୍ରିକ୍ ଡାଇରେକ୍ଟ ଡ୍ରାଇଭ୍ ମୋଟର ସହିତ ଆସିଥାଏ।

 

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories