www.samajalive.in
Tuesday, December 9, 2025
16.1 C
Bhubaneswar

ଆମ୍ବୁଲାନ୍ସରେ ନର୍ସିଂହୋମ ଚିକିତ୍ସା

ଭୁବନେଶ୍ୱର : ମାଲକାନଗିରି ଏବଂ କନ୍ଧମାଳର ବିଚ୍ଛିନ୍ନାଞ୍ଚଳରେ ଗମନାଗମନ ବ୍ୟବସ୍ଥା ସୁଦୁଢ଼ ନ ଥିବାରୁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। କେତେବେଳେ ରୋଗୀ ଖଟିଆରେ ବୁହା ହେଉଛନ୍ତି ତ, ଆଉ କେତେବେଳେ ସଠିକ ସମୟରେ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ। କେଉଁଠି ଆମ୍ବୁଲାନ୍ସ ରାସ୍ତା ଅଭାବରୁ ରୋଗୀ ଦୁଆର ମୁହଁକୁ ଯାଇ ନ ପାରି ଅଧା ବାଟରେ ଅଟକି ରହୁଥିବା ଦୃଶ୍ୟ ରାଜ୍ୟରେ ସାଧାରଣ ଚିତ୍ର ପାଲଟିଛି। ଫଳରେ ଚିକିତ୍ସା ବିଳମ୍ବରୁ ଅକାଳରେ ରୋଗୀଙ୍କ ଜୀବନ ଯାଉଛି। ଗର୍ଭବତୀଙ୍କୁ ଠିକ୍‌ ସମୟରେ ଡାକ୍ତରଖାନାରେ ପହଞ୍ଚାଇବା କଷ୍ଟକର ହେଉଥିବାରୁ ବାଟରେ କେତେବେଳେ ପ୍ରସବ ହେଲାଣି ତ’ ଆଉ କେବେ ଉଭୟ ପ୍ରସୂତି ଓ ନବଜାଗତଙ୍କ ମୃତ୍ୟୁ ଘଟୁଛି। ରାଜ୍ୟରେ ଶିଶୁ ଓ ମାତୃମୃତ୍ୟୁ ହାର କମିଥିଲେ ବି ଏହା ସେତେଟା ଉତ୍ସାହପ୍ରଦ ନୁହେଁ । ଏଭଳି ପରିସ୍ଥିତି ବଦଳାଇବା ଲାଗି ରେଡକ୍ରସ, ଓଡ଼ିଶା ଶାଖା ପକ୍ଷରୁ ନର୍ସିଂହୋମ ବ୍ୟବସ୍ଥା ଥିବା ଦୁଇଟି ଅତ୍ୟାଧୁନିକ ଆମ୍ବୁଲାନ୍ସ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ଆମ୍ବୁଲାନ୍ସରେ ରୋଗୀଙ୍କୁ ଜରୁରୀ ଚିକିତ୍ସା ଦିଆଯିବା ବ୍ୟବସ୍ଥା ରହିବ। ଅନ୍ୟପଟେ କଟକସ୍ଥିତ ଦେଶର ଦ୍ୱିତୀୟ ସର୍ବବୃହତ ରେଡ୍‌କ୍ରସ୍‌ ରକ୍ତଭଣ୍ଡାରକୁ ଆଉ ଗୋଟିଏ ମୋବାଇଲ ବ୍ଲଡ୍‌ ୟୁନିଟ ବସ୍ ଆସିବ ବୋଲି ଜଣାପଡ଼ିଛି। ଏହି ବସ୍‌ ଦ୍ୱାରା କଟକ ରକ୍ତଭଣ୍ଡାର କାର୍ଯ୍ୟକୁ ଅଧିକ ସଂପ୍ରସାରିତ କରାଯାଇପାରିବ।
ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏପରି ବ୍ୟାପକ ଅବ୍ୟବସ୍ଥା ଦୂର କରିବାକୁ ରେଡକ୍ରସ ଓଡ଼ିଶା ଶାଖା ଜାତୀୟ ରେଡକ୍ରସ ସୋସାଇଟିକୁ ଦୁଇଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ମାଗିଛି। ଗୋଟିଏ ଆମ୍ବୁଲାନ୍ସ କନ୍ଧମାଳ ଏବଂ ଅନ୍ୟଟି ମାଲକାନଗିରି ଜିଲାକୁ ଦିଆଯିବ। ଏହି ଆମ୍ବୁଲାନ୍ସରେ ନର୍ସିଂହୋମରେ ଉପଲବ୍ଧ ଥିବା ସମସ୍ତ ଚିକିତ୍ସା ବ୍ୟବସ୍ଥା ରହିଛି। ରୋଗୀ ଡାକ୍ତରଖାନାରେ ପହଞ୍ଚିବା ପର୍ଯ୍ୟନ୍ତ ଆମ୍ବୁଲାନ୍ସରେ ଚିକିତ୍ସା କରାଯାଇ ପାରିବ।
ଅନ୍ୟପକ୍ଷରେ ୧୯୫୯ରେ ସ୍ଥାପିତ ୫୦ ହଜାର ୟୁନିଟ କ୍ଷମତା ବିଶିଷ୍ଟ କଟକ ରେଡକ୍ରସ୍‌ ରକ୍ତଭଣ୍ଡାରକୁ ଆଉ ଗୋଟିଏ ମୋବାଇଲ ବ୍ଲଡ ୟୁନିଟ ବସ୍ ଆସିବ। ଏହି ବସ୍ ଡିସେମ୍ବର ସୁଦ୍ଧା ଆସି କାର୍ଯ୍ୟକ୍ଷମ କରିବାକୁ ରେଡକ୍ରସ ଲକ୍ଷ୍ୟ ରଖିଛି। ରାଜଧାନୀରେ ପ୍ରତିଦିନ ରକ୍ତ ଅଭାବ ଦେଖାଦେବାରୁ କଟକ ରକ୍ତଭଣ୍ଡାର ଉପରେ ନିର୍ଭର କରିବାକୁ ପଡୁଛି। ବର୍ତ୍ତମାନ ରକ୍ତଭଣ୍ଡାର ପାଇଁ ଗୋଟିଏ ବସ୍‌ ରହିଛି। ଏହି ବସ୍‌ ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ ଏବଂ ଜଗତସିଂହପୁର ଜିଲାର ବିଭିନ୍ନ ଅଞ୍ଚଳକୁ ଯାଇ ରକ୍ତ ସଂଗ୍ରହ କରୁଛି। ନୂଆ ବସ୍‌ କଟକର ପାଖଆଖ ଜିଲାକୁ ଯାଇ ରକ୍ତ ସଂଗ୍ରହ କରିବ। ନୂଆ ବସ୍‌ରେ ଏକକାଳୀନ ତିନିଜଣ ରକ୍ତଦାତା ରକ୍ତ ଦେଇ ପାରିବେ।
ରେଡକ୍ରସ ଭବନ ଓଡ଼ିଶା ଶାଖା ସଚିବ ସିଟିଏମ ସୁଗୁଣା କହିଛନ୍ତି, ମାଲକାନଗିରି ଏବଂ କନ୍ଧମାଳ ଜିଲାର ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଦେବା ପାଇଁ ଦୁଇଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ଆସିବ। ଅନ୍ୟପକ୍ଷରେ ରକ୍ତଭଣ୍ଡାର ରକ୍ତ ୟୁନିଟ ବୃଦ୍ଧି ପାଇବ। ଏ ସଂକ୍ରାନ୍ତରେ ଜାତୀୟ ରେଡକ୍ରସ ସୋସାଇଟିକୁ ଓଡ଼ିଶା ଶାଖା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା, ଖୁବଶୀଘ୍ର ଦୁଇଟି ଆମ୍ବୁଲାନ୍ସ ଏବଂ ମୋବାଇଲ ବ୍ଲଡ ୟୁନିଟ ବସ୍ ଆସିବ। ଆଶା କରାଯାଉଛି, ନଭେମ୍ବର କିମ୍ବା ଡିସେମ୍ବର ଶେଷସୁଦ୍ଧା ଆମ୍ବୁଲାନ୍ସ ଏବଂ ମୋବାଇଲ ବ୍ଲଡ୍‌ ୟୁନିଟ୍‌ ବସ୍ ଆସିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories