www.samajalive.in
Tuesday, December 9, 2025
16.1 C
Bhubaneswar

କୃଷକ ଓଡ଼ିଶା ପୋର୍ଟାଲରେ ନାମ ପଞ୍ଜିକରଣ ପାଇଁ ବୁଲିଲା ସଚେତନତା ଗାଡ଼ି

ଜି.ଉଦୟଗିରି: ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଗୋଷ୍ଠି କୃଷି ଅଧିକାରୀ, ଜି.ଉଦୟଗିରିଙ୍କ ଦ୍ବାରା ଗୁରୁବାର କୃଷକ ଓଡ଼ିଶା ପୋର୍ଟାଲରେ କୃଷକମାନେ ନିଜ ନାମ ପଞ୍ଜିକରଣ ପାଇଁ ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ ସମସ୍ତ ପଞ୍ଚାୟତରେ ଏକ ଗାଡ଼ି ବୁଲି ଡାକବାଜି ଯନ୍ତ୍ର ଦ୍ବାରା ସଚେତନ କରାଯାଇଛି।

ବିବରଣୀରୁ ପ୍ରକାଶ ଯେ, ଜି.ଉଦୟଗିରି କୃଷି ଅଧିକାରୀ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ତତ୍ତ୍ବାବଧାନରେ ଆଜି କାର୍ଯ୍ୟାଳୟରୁ ଏକ ଗାଡ଼ି ବାହାରି ବ୍ଳକ ଅନ୍ତର୍ଗତ ସମସ୍ତ ପଞ୍ଚାୟତରେ ବୁଲିବୁଲି କୃଷକ ଓଡ଼ିଶା ପୋର୍ଟାଲରେ ମାଗଣାରେ ନିକଟସ୍ଥ ମୋ ସେବା କେନ୍ଦ୍ରରେ ନାମ ପଞ୍ଜିକରଣ କରିବାକୁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ମାଧ୍ୟମରେ ଚାଷୀଙ୍କୁ ସଚେତନ କରାଯାଇଥିଲା। ଏହି ନାମ ପଞ୍ଜିକରଣ କାର୍ଯ୍ୟକ୍ରମ ୩୧.୧୦.୨୦୨୨ ତାରିଖ ପର୍ଯ୍ୟନ୍ତ ମୋ ସେବା କେନ୍ଦ୍ରରେ ମାଗଣାରେ ହୋଇପାରିବ ବୋଲି ମଧ୍ୟ ସୂଚନା ଦିଆଯାଇଛି। ନାମ ପଞ୍ଜିକରଣ କରି ଚାଷୀ ନିଜ ଜମିଜମା ସମ୍ବନ୍ଧୀୟ, ଚାଷ ସମ୍ବନ୍ଧୀୟ, ସରକାରଙ୍କ ଚାଷ ସମ୍ବନ୍ଧୀୟ ସହ ବିଭିନ୍ନ ଫଳ ଓ ପନିପରିବା, ଫସଲ ଚାଷ, ପ୍ରାଣୀଧନ ଆଦି ବିଷୟରେ ସହଜରେ ଜାଣିହେବ। ଏହି ସଚେତନତା କାର୍ଯ୍ୟକ୍ରମକୁ ଜି.ଉଦୟଗିରି ଗୋଷ୍ଠି କୃଷି ଅଧିକାରୀ ଶ୍ରୀ ପ୍ରଧାନ ପରିଚାଳନା କରିଥିବା ବେଳେ ଗୋଷ୍ଠି କୃଷିଦର୍ଶକ କାଳୀଚରଣ ସାହୁ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories