www.samajalive.in
Monday, December 8, 2025
20.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପଞ୍ଚଭୂତରେ ଲୀନ ହେଲେ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବ.. ଗୁରୁବାର ଦିଲ୍ଲୀର ନିଗମବୋଧ ଘାଟରେ ରାଜୁ ଶ୍ରୀବାସ୍ତବଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି..

ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ ; ୭ ମୃତ..

- Advertisement -

ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସନ୍ଦେହ କରି ଗାଡ଼ି ଯାଞ୍ଚ କରୁଥିବା ବେଳେ ଏକ କ୍ବିଣ୍ଟାଲରୁ ଅଧିକ ରୁପା ଇଟା ଜବତ କରିଛି.. କଟକ ଟାଙ୍ଗି ଟୋଲଗେଟ୍‌ ନିକଟରେ ଅବକାରୀ ସ୍କ୍ୱାଡ୍ ଦ୍ୱାରା ଯାଞ୍ଚ କରାଯାଉଥିଲା.. ସେହି ସମୟରେ ଏକ କାର୍‌ ଯାଞ୍ଚ କରିବା ବେଳେ କ୍ବିଣ୍ଟାଲରୁ ଊର୍ଦ୍ଧ୍ଵ ରୁପା ଇଟା ସହ ଚାନ୍ଦି ଅଳଙ୍କାର ଜବତ କରିଥିଲା ଅବକାରୀ ସ୍କ୍ୱାଡ୍‌..

ସୁନ୍ଦରଗଡ଼ରେ ଡେଙ୍ଗୁ ଆତଙ୍କ… ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୪ ଡେଙ୍ଗୁ ରୋଗୀ… ରାଉରକେଲାରୁ ସର୍ବାଧିକ ରହିଛନ୍ତି ୯୯ଜଣ… ନିକଟସ୍ଥ ଅଞ୍ଚଳରୁ ଆଉ ୧୫ଜଣ ଚିହ୍ନଟ ହୋଇଥିବା ସୂଚନା…. ଏନେଇ ସୂଚନା ଦେଲେ ସୁନ୍ଦରଗଡ଼ ସିଡିଏମଓ…

କଟକ ସେକ୍ଟର ୧୧ ଏସବିଆଇ ଛକରେ ସ୍କୁଲ ବସ୍‌ ଦୁର୍ଘଟଣା… କଲଭଟ୍‌ ଉପ​‌ରେ ଚଢ଼ିଗଲା ଗାଡ଼ି… ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ… ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର… ଘଟଣାସ୍ଥଳରେ ଅନୁଧ୍ୟାନ କରୁଛି ମର୍କତ ନଗର ଫେଜ୍‌-୨ ପୁଲିସ୍‌…

ଆଜିଠୁ ଆରମ୍ଭ ହେଲା ଯୁକ୍ତ ୨ ପାଠପଢ଼ା … ଉଚ୍ଚ ମାଧ୍ୟମିକ ବଦ୍ୟାଳୟରେ ପାଠପଢ଼ିଲେ ଛାତ୍ରଛାତ୍ରୀ… ପ୍ରଥମ ଦିନର କ୍ଲାସରେ ପଢ଼ି ​‌ ହେଲେ ପିଲାଙ୍କ ମୁହଁରେ ହସ…  ଚଳିତ ବର୍ଷ ଯୁକ୍ତ ୨ରେ ନାମ ଲେଖାଇଥିଲେ ସାଢ଼େ ୩ଲକ୍ଷ ଶିକ୍ଷାର୍ଥୀ…

ଆଜି କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି… ୨୪ରୁ ୩୦ ମଧ୍ୟରେ ନାମାଙ୍କନ ଦାଖଲ କରିବେ ଆଗ୍ରହୀ ପ୍ରାର୍ଥୀ… ଅକ୍ଟୋବର ୧୭ରେ ହେବ କଂଗ୍ରେସ ସଭାପତି ନିର୍ବାଚନ… ୧୯ ତାରିଖରେ ପ୍ରକାଶ ପାଇବ ଫଳାଫଳ…

ରାଜ୍ୟରେ ପୁଣି ବଢ଼ିଲା କରୋନା ସଂକ୍ରମଣ… ଚିହ୍ନଟ ହେଲେ ଆଉ ୨୫୨ ପଜିଟିଭ୍‌… ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୪୩ଜଣ ଆକ୍ରାନ୍ତ… ଗୋଟିଏ ଦିନରେ କରୋନାରୁ ସୁସ୍ଥ ହେଲେ ୨୬୩ ସଂକ୍ରମିତ… ରାଜ୍ୟରେ ମୋଟ୍‌ ସକ୍ରିୟ କରୋନା ମାମଲା ରହିଛି ୧୪୩୭…

ଦେଶରେ ପୁଣି ୫ହଜାର ଟପିଲା ଦୈନିକ ସଂକ୍ରମଣ… ଗୋଟିଏ ଦିନରେ ଚିହ୍ନଟ ହେଲେ ଆଉ ୫,୪୪୩ ଆକ୍ରାନ୍ତ… ସୁସ୍ଥ ହେଲେ ୫,୨୯୧ ସଂକ୍ରମିତ… ବର୍ତ୍ତମାନ ଦେଶରେ ମୋଟ୍‌ କରୋନା ସକ୍ରିୟ ମାମଲା ରହିଛି ୪୬,୩୪୨…

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories