www.samajalive.in
Monday, December 8, 2025
17.1 C
Bhubaneswar

ବର୍ଷାରେ ଭୁଷୁଡ଼ିଲା ଘର; ବାସହୀନ ଅବସ୍ଥାରେ ଗରିବ ପରିବାର

ହରଭଙ୍ଗା: ସରକାରଙ୍କ ଗ୍ରାମୀଣ ଆବାସ, ମୋ-କୁଡିଆ, ବିଜୁ ପକ୍କାଘର ଭଳି ଅନେକ ଯୋଜନା ସତ୍ତ୍ବେ ପ୍ରକୃତ ଗରିବ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେବା ଭଳି ଆଉ ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ଏଭଳି ଏକ ଚିତ୍ର ହରଭଙ୍ଗା ବ୍ଲକ ନାକତଳେ ଥିବା କରଞ୍ଜକଟା ପଞ୍ଚାୟତର ଜାମ୍ମୁପଦର ଗ୍ରାମରେ ଦେଖିବାକୁ ମିଳିଛି।

ପ୍ରକାଶ ଯେ, ଜାମ୍ମୁପଦର ଗ୍ରାମର ବାସିନ୍ଦା କପିଳ ନାଏକ। ପତ୍ନୀ ରଜନୀ, ଦୁଇ ଝିଅ ରୁନି ଆଉ ଝୁନି ଏବଂ ବୃଦ୍ଧା ମାଆ କାୟାମତି ନାଏକଙ୍କୁ ନେଇ ତାଙ୍କ ପରିବାର। ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା କପିଳ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି। ମୂଲ, ମଜୁରୀ କରି ଦୁଃଖକଷ୍ଟେ ତାଙ୍କ ପରିବାର ଚଳେ। ଗତ ୪ଦିନ ତଳେ ବର୍ଷା ଯୋଗୁଁ ଚାଳଛପର ଘରଟି ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି। ଏକମାତ୍ର ଚାଳଛପର ଘରଟି ଭାଙ୍ଗିଯିବା ପରେ ୪ଦିନ ହେଲା ୫ପ୍ରାଣୀ କୁଟୁମ୍ବ ବାସହୀନ ଅବସ୍ଥାରେ ସମ୍ପର୍କୀୟ କାକା ଘରେ ରାତି କାଟୁଥିବା ଭଳି ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଭଳି ଅବସ୍ଥାରେ ରହିଥିବା କପିଳଙ୍କ ଭଳି ଜଣେ ଗରିବ ଅସହାୟ ପରିବାରକୁ ତୁରନ୍ତ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହେଉଛି। ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories