ଅବସରପ୍ରାପ୍ତ ଇନ୍ସପେକ୍ଟରଙ୍କୁ ଜେଲ ଦଣ୍ଡ
ଫୁଲବାଣୀ: ଚକାପାଦ ଥାନାର ଜଣେ ପୂର୍ବତନ ତଥା ଅବସରପ୍ରାପ୍ତ ଭାରପ୍ରାପ୍ତ ଇନ୍ସପେକ୍ଟର ହରିବନ୍ଧୁ ପରିଡ଼ାଙ୍କୁ ଜେଲ ଦଣ୍ଡାଦେଶ ହୋଇଛି। ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ପକ୍ଷରୁ ହରିବନ୍ଧୁ ପରିଡ଼ାଙ୍କୁ ୩ ବର୍ଷ ଜେଲ ସହ ୧୦ହଜାର ଟଙ୍କା ଜୋରିମାନା କରାଯାଇଛି। ୨୦୧୮ରେ ଦଫା କୋହଳ ପାଇଁ ଲାଞ୍ଚ ନେଇଥିଲେ। ୧୦ହଜାର ଟଙ୍କା ଲାଞ୍ଚ ନେଲାବେଳେ ଇନ୍ସିପେକ୍ଟର ହରିବନ୍ଧୁ ପରିଡ଼ାଙ୍କୁ ଧରିଥିଲା ଭିଜିଲାନ୍ସ। ୨୦୧୮ରେ ଧରାପଡ଼ିଥିବା ହରିବନ୍ଧୁ ୨୦୨୧ରେ ଅବସର ନେଇସାରିଛନ୍ତି।
Comments are closed.