www.samajalive.in
Thursday, December 11, 2025
23.1 C
Bhubaneswar

କାର ସହ ଗଞ୍ଜେଇ ଜବତ; ଜଣେ ଗିରଫ

ଫୁଲବାଣୀ: ବିଶେଷ ସୂତ୍ରରୁ ଖବର ପାଇ ସୋମବାର ଦିନ ୧୧ଟା ସମୟରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୁଲିସ ସିମିଳି ସାହି ନିକଟରୁ ଗୋଟିଏ କାର ସହିତ ୪୦ କେଜି ୪୦୦ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିସହ ଜଣେ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିବା ବେଳେ କାର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛି ବୋଲି ପୁଲିସ କହିଛି। ଗିରଫ ଗଞ୍ଜେଇ ମାଫିଆ ଫୁଲବାଣୀ ପିଅନପଡାର ତ୍ରିଲୋଚନ ବେହେରା(୨୫) ବୋଲି ଜଣାପଡ଼ିଛି। ଏନେଇ ଫିରିଙ୍ଗିଆ ଥାନାରେ୧୪୦/୨୨ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିବା ସହିତ ଆଜି ଗଞ୍ଜେଇ ମାଫିଆଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି କହିଛି ଫିରିଙ୍ଗିଆ ପୁଲିସ। ଏହି ଗଞ୍ଜେଇ ଡିମିରିଗୁଡ଼ାରୁ ଭୁବନେଶ୍ୱର ଚାଲାଣ ହେଉଥିବା ନେଇ ସୂଚନା ଦେଇଛନ୍ତି ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories