www.samajalive.in
Tuesday, December 9, 2025
16.1 C
Bhubaneswar

ବିଦେଶ ଗସ୍ତର ୧୦ ଦିନ ପରେ କ୍ରିକେଟର୍‍ଙ୍କ ସହ ରହିପାରିବେ ପତ୍ନୀ

ମୁମ୍ବଇ : ଭାରତୀୟ କ୍ରିକେଟ୍‍ ଦଳର ବିଦେଶ ଗସ୍ତ ସମୟରେ ଖେଳାଳିମାନେ ସେମାନଙ୍କ ପତ୍ନୀ ଓ ବାନ୍ଧବୀଙ୍କୁ ନିଜ ପାଖରେ ରଖିବା ନିମନ୍ତେ ୨ ସପ୍ତାହ ପାଉଥିବା ବେଳେ ଏହି ନିୟମରେ ପରିବର୍ତ୍ତନ ଆଣି ସିରିଜ୍‍ ଶେଷ ହେବା ପର୍ଯ୍ୟନ୍ତ ପତ୍ନୀ ଏବଂ ବାନ୍ଧବୀଙ୍କୁ ପାଖରେ ରଖିବାକୁ ଅଧିନାୟକ ବିରାଟ କୋହଲି ଯେଉଁ ପ୍ରସ୍ତାବ ଦେଇଥିଲେ; ତାହାକୁ ଗ୍ରହଣ କରିଛି କ୍ରିକେଟ୍‍ ପ୍ରଶାସକ କମିଟି (ସିଓଏ)। ସିଓଏ ନେଇଥିବା ନିଷ୍ପତ୍ତି ଅନୁଯାୟୀ ଏଣିକି ୨ ସପ୍ତାହ ପାଇଁ ନୁହେଁ ବରଂ ସିରିଜ୍‍ ଆରମ୍ଭ ହେବାର ୧୦ ଦିନ ପରେ ଭାରତୀୟ କ୍ରିକେଟର୍‍, ପ୍ରଶିକ୍ଷକ ଏବଂ ସପୋର୍ଟ ଷ୍ଟାଫ୍‍ ପତ୍ନୀ କିମ୍ବା ବାନ୍ଧବୀଙ୍କୁ ସିରିଜ୍‍ ଶେଷ ହେବା ପର୍ଯ୍ୟନ୍ତ ନିଜ ପାଖରେ ରଖିପାରିବେ। ଏପରି କରାଯିବାରେ କୌଣସି ଅସୁବିଧା ନାହିଁ ବରଂ କ୍ରିକେଟର୍‍ମାନେ ପରିବାର ସହ ସମୟ ବିତାଇ ଭଲ ପ୍ରଦର୍ଶନ କରିପାରିବେ ବୋଲି ସିଓଏ ତରଫରୁ ମତପ୍ରକାଶ ପାଇଛି। ସୂଚନାଥାଉକି, ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‍ ଆରମ୍ଭ ହେବା ପୂର୍ବରୁ ସିଓଏର ଦୁଇ ସଦସ୍ୟ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି, ପ୍ରଶିକ୍ଷକ ରବି ଶାସ୍ତ୍ରୀ ଓ ରୋହିତ ଶର୍ମାଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ବିଦେଶ ଗସ୍ତର ୧୦ ଦିନ ପରେ କ୍ରିକେଟର୍‍ ପତ୍ନୀ ଓ ବାନ୍ଧବୀଙ୍କ ସହ ସିରିଜ୍‍ ଶେଷ ପର୍ଯ୍ୟନ୍ତ ରହିପାରିବେ ବୋଲି ସିଓଏ ନିଷ୍ପତ୍ତି ନେଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories