www.samajalive.in
Tuesday, December 9, 2025
16.1 C
Bhubaneswar

ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା

ଆଜି ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା।ହିନ୍ଦୁଧର୍ମରେ ପ୍ରତ୍ୟେକ ପୂଜାକୁ ବିଧି ପୂର୍ବକ ପାଳନ କରାଯାଏ। ଶାସ୍ତ୍ର ଅନୁଯାୟୀ ବିଶ୍ୱକର୍ମାଙ୍କୁ ଦୁନିଆର ପ୍ରଥମ ଯନ୍ତ୍ରୀ ଏବଂ ବାସ୍ତୁକାରକ ବୋଲି କୁହାଯାଏ। ଏହି ପୂଜାର ନିତୀ ସୂର୍ଯ୍ୟଦେବତାଙ୍କୁ ଦର୍ଶନ କରି କରାଯାଏ।
ମାନ୍ୟତା ଅନୁଯାୟୀ ପୌରାଣିକ କାଳରେ ଦେବତା ମାନଙ୍କ ଅସ୍ତ୍ରଶସ୍ତ୍ର , ମହଲ ମାନଙ୍କର ନିର୍ମାଣ ଭଗବାନ ବିଶ୍ୱକର୍ମାଙ୍କ ଦ୍ୱାରା ହୋଇଥିଲା। ତେଣୁ ତାଙ୍କୁ ନିର୍ମାଣ ଏବଂ ସୃଷ୍ଟିର ଦେବତା ବୋଲି କୁହାଯାଏ। ସେ ସୁନାର ଲଙ୍କା, ପୁଷ୍ପକ ବିମାନ , ଇନ୍ଦ୍ରଙ୍କବଜ୍ର , ମହାଦେବଙ୍କ ତ୍ରିଶୁଳ, ଶ୍ରୀ କୃଷ୍ଣଙ୍କ ନଗରୀ ଦ୍ୱାରିକା , ଇନ୍ଦ୍ରପୁରୀ, ହସ୍ତିନାପୁର, ସ୍ୱର୍ଗଲୋକ, ଆଦିର ନିର୍ମାଣ କରିଥିଲେ।
ବିଶ୍ୱକର୍ମାଙ୍କ ଶିଳ୍ପ କାରୁକାର୍ୟ୍ୟରେ ଅଗାଧ୍ୟ ପାଣ୍ଡିତ୍ୟ ଥିବାରୁ ତାଙ୍କୁ ଶିଳ୍ପକଳାର ଜନକ କୁହାଯାଏ। ପ୍ରତ୍ୟେକ ପର୍ବପର୍ବାଣିର ନିଜର ମହତ୍ୱ ରହିଛି। ଶାସ୍ତ୍ରରେ କୁହାଯାଇଛି ଭଗବାନ ବିଶ୍ୱକର୍ମାଙ୍କ ଆଶୀର୍ବାଦ ବିନା କୌଣସି କାର୍ୟ୍ୟ ସଫଳ ହୋଇନଥାଏ। ତେଣୁ ଏହି ପୂଜାର ଖୁବ ମାନ୍ୟତା,ମହତ୍ୱ ରହିଛି। ଏହି ପୂଜା କରିବା ଦ୍ୱାରା ବ୍ୟବସାୟରେ ଉନ୍ନତି ହେବା ସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇଥାଏ।
ଏହି ପୂଜାର ମହତ୍ୱ –
ଭଗବାନ ବିଶ୍ୱକର୍ମାଙ୍କର ଅନେକ ରୂପ ରହିଛି। ୨, ୪ ଏବଂ ୧୦ ବାହୁ ବିଶିଷ୍ଟ। ୧, ୪ଏବଂ ୫ ମୁଖ ବିଶିଷ୍ଟ। ବିଶ୍ୱକର୍ମା ପୂଜା ଦିନ ଭାରତର ବିଭିନ୍ନ ରାଜ୍ୟରେ ଏହାକୁ ସାର୍ବଜନୀନ ଭାବେ ପାଳନ କରାଯାଏ। ଏହି ଦିନରେ ପୂଜା କଲେ ବେପାରବାଣିଜ୍ୟରେ ଅଧିକ ଉନ୍ନତି ହୋଇଥାଏ ବୋଲି ମାନ୍ୟତା ରହିଛି। ତେଣୁ ଏହି ଦିନରେ କାରଖାନା, ଦୋକାନ , ବିଭିନ୍ନ ଯାନ୍ତ୍ରିକ ଦୋକାନରେ ଥିବା ମେସିନ ମାନଙ୍କର ପୂଜା କରାଯାଏ। ଦୀପଧୂପ, ଫୁଲ, ଭୋଗ ଆଦି ଯଥାପୂର୍ବକ ଅର୍ପଣ କରାଯାଇ, ମହା ଆଡ଼ମ୍ବରରେ ପୂଜାର୍ଚ୍ଚନା କରାଯାଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories