www.samajalive.in
Monday, December 8, 2025
17.1 C
Bhubaneswar

ପୁଣି ରାଜାମୌଲୀଙ୍କ ଫିଲ୍ମରେ ଧମାଲ୍‌ କରିବେ ଆଲିଆ; ଏଥର ମହେଶ ବାବୁଙ୍କ ସହ ଜମିବ ଯୋଡ଼ି

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ତାଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର ପାର୍ଟ ୱନ୍‌ ଶିବା’କୁ ନେଇ ଚର୍ଚ୍ଚାରେ। ଅୟାନ ମୁଖାର୍ଜୀ ନିର୍ଦେଶିତ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି। ତେବେ ବର୍ତ୍ତମାନ ଖବର ସାମ୍ନାକୁ ଆସିଛି ଯେ, ‘ଆରଆରଆର’ ପରେ ଆଲିଆ ଭଟ୍ଟ ପୁଣି ଥରେ ଏସଏସ୍ ରାଜାମୌଲୀଙ୍କ ସହ ବଡ଼ ପରଦାରେ ଧମାଲ୍‌ କରିବାକୁ ପ୍ରସ୍ତୁତ।

ସୂଚନା ମୁତାବକ, ଆଲିଆ ଏସଏସ ରାଜାମୌଲୀଙ୍କ ଏକ ମେଗା ବଜେଟ୍‌ ଫିଲ୍ମ ପାଇଁ ଚୁକ୍ତି ସ୍ବାକ୍ଷର କରିଛନ୍ତି, ଯେଉଁଥିରେ ସେ ମହେଶ ବାବୁଙ୍କ ସହ ନଜର ଆସିବେ। ୮୦୦ କୋଟି ଟଙ୍କାର ବଜେଟରେ ଏହି ଚଳଚ୍ଚିତ୍ରର ନିର୍ମାଣ ହେବ ବୋଲି ସୂଚନା ମିଳିଛି। କୁହାଯାଉଛି ଯେ, ଆଲିଆ ମାଆ ହେବା ପରେ ଫିଲ୍ମର ଶୁଟିଂ ଆରମ୍ଭ ହେବ। ଏଠାରେ ସୂଚନାଯୋଗ୍ୟ ଯେ, ଆଲିଆ ଭଟ୍ଟ ଖୁବଶୀଘ୍ର ତାଙ୍କ ପ୍ରଥମ ସନ୍ତାନକୁ ଦୁନିଆକୁ ସ୍ୱାଗତ କରିବାକୁ ଯାଉଛନ୍ତି।

- Advertisement -

କିଛିଦିନ ପୂର୍ବରୁ ଖବର ଆସିଥିଲା ​​ଯେ, ଏସଏସ୍ ରାଜାମୌଲୀ ମହେଶ ବାବୁଙ୍କ ସହ ପାନ୍ ଇଣ୍ଡିଆ ଫିଲ୍ମ କରିବାକୁ ଯାଉଛନ୍ତି। ଆମେରିକାର ଏକ ଚଳଚ୍ଚିତ୍ର ମହୋତ୍ସବରେ ରାଜାମୌଲୀ କହିଥିଲେ ଯେ, ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ବିଗ୍‌ ବଜେଟ୍‌ର ଆକ୍ସନ୍ ଆଡ଼ଭେନ୍‌ଚର୍ ଭିତ୍ତିକ ହେବ। ରାଜାମୌଲୀ ‘ଆରଆରଆର’ ଏବଂ ‘ବାହୁବଲୀ’ ଚଳଚ୍ଚିତ୍ର ପରି ପୁଣି ଧମାକା କରିବାକୁ ପ୍ରସ୍ତୁତ। ଏହି ଦୁଇଟି ଯାକ ଚଳଚ୍ଚିତ୍ର ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା। ‘ଆରଆରଆର’ରେ ମଧ୍ୟ ଆଲିଆଙ୍କୁ ଦେଖିବାକୁ ମିଳିଥିଲା।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories