www.samajalive.in
Sunday, December 7, 2025
15.1 C
Bhubaneswar

କନ୍ଧମାଳର ଆଶିଷ ମହାନ୍ତି ରାଜ୍ୟର ଶ୍ରେଷ୍ଠ ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ଉପପରିଚାଳକ ଭାବେ ପୁରସ୍କୃତ

ଫୁଲବାଣୀ: ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମଧ୍ୟରେ ସଂପୂର୍ଣ୍ଣ ଟିକାକରଣ, ଆନୁଷ୍ଠାନିକ ପ୍ରସବ ଭଳି ବିଭିନ୍ନ କାର୍ଯ୍ୟକ୍ରମ କନ୍ଧମାଳ ଜିଲାରେ ସଫଳ ଭାବେ ରୂପାୟନ କରିଥିବା ଯୋଗୁଁ ତିନିବର୍ଷ ତଥା ୨୦୧୯-୨୦ , ୨୦୨୦-୨୧ ଓ ୨୦୨୧-୨୨ ପାଇଁ ଶ୍ରେଷ୍ଠ ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ଉପପରିଚାଳକ ଭାବେ ଆଶିଷ କୁମାର ମହାନ୍ତିଙ୍କୁ ପୁରସ୍କୃତ କରାଯାଇଛି। ବୁଧବାର ଭୁବନେଶ୍ୱରଠାରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶିକା ସାଳିନୀ ପଣ୍ଡିତ ତାଙ୍କୁ ପୁରସ୍କୃତ କରିଛନ୍ତି। ଜଣେ ଯୁବ ସ୍ୱାସ୍ଥ୍ୟ ଅଧିକାରୀ ଭାବେ ତାଙ୍କର ଦାୟିତ୍ୱ ତୁଲାଉଥିବା ବେଳେ କୋଭିଡ଼୍‍ ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ତାଙ୍କ ନେତୃତ୍ୱରେ ସମଗ୍ର ଜିଲାରେ ବର୍ତ୍ତମାନ କୋଭିଡ଼୍‍ ଟିକାକରଣ କାର୍ଯ୍ୟକ୍ରମ ଶତପ୍ରତିଶତ ସଫଳତା ମଧ୍ୟ ହାସଲ କରିବାରେ ସମ୍ଭବ ହୋଇପାରିଛି। ତାଙ୍କର ଏହି ସଫଳତା ଯୋଗୁଁ ତାଙ୍କର ସମସ୍ତ ସହକର୍ମୀ, ଜିଲା ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ଓ ବୁଦ୍ଧିଜୀବୀ ମହଲରେ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories