www.samajalive.in
Wednesday, December 10, 2025
18.1 C
Bhubaneswar

‘ତିତଲି’ ନେଇଛି ୫୨ ଜୀବନ: ସରକାରୀ ରିପୋର୍ଟ

ଭୁବନେଶ୍ୱର: ‘ତିତଲି’ ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ଓଡ଼ିଶାରେ ୫୨ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରାୟ ୨୨୦୦ କୋଟି ଟଙ୍କାର ସମ୍ପତ୍ତି କ୍ଷତି ଘଟିଛି। ସରକାରୀ ପ୍ରାଥମିକ ତଦନ୍ତ ରିପୋର୍ଟରୁ ଏହା ଜଣାପଡ଼ିଛି।
ବୁଧବାର ସଚିବାଳୟଠାରେ ‘ତିତଲି’ କ୍ଷୟକ୍ଷତି ଆକଳନ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ସାମ୍ବାଦିକଙ୍କୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି କହିଛନ୍ତି ଯେ ପ୍ରାଥମିକ ତଦନ୍ତ ଆଧାରରେ ‘ତିତଲି’ ପ୍ରଭାବରେ ରାଜ୍ୟରେ ୫୨ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ସେ ନେଇ ତଦନ୍ତ ଜାରି ରହିଛି। ବାତ୍ୟା ଓ ବନ୍ୟା ପରେ ମରାମତି କାମ ତ୍ୱରାନ୍ୱିତ ହୋଇଛି। ସହରାଞ୍ଚଳରେ ବିଦ୍ୟୁତ ପୁନଃସଂଯୋଗ କାର୍ଯ୍ୟ ସମାପ୍ତ ହୋଇଛି। ଗ୍ରାମାଞ୍ଚଳରେ କାମ ଚାଲିଛି। ଆସନ୍ତା ୨୨ ତାରିଖ ସୁଦ୍ଧା କାମ ସରିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଯେଉଁ ଅଞ୍ଚଳରେ ସର୍ବାଧିକ କ୍ଷୟକ୍ଷତି ହୋଇଛି ସେଠାରେ ୨୮ ତାରିଖ ସୁ୍‍ଦ୍ଧା ଶତପ୍ରତିଶତ ମରାମତି ଓ ପୁନଃସଂଯୋଗ କରାଯିବ। ଚୂଡ଼ାନ୍ତ ରିପୋର୍ଟ ପାଇଁ ଆଉ ୨ ଦିନ ସମୟ ଲାଗିବ। ସହରାଞ୍ଚଳରେ ଜଳ ଯୋଗାଣ ପ୍ରକଳ୍ପର ମରାମତି କାର୍ଯ୍ୟ ଶତପ୍ରତିଶତ ସମାପ୍ତ ହୋଇଛି। ଗ୍ରାମାଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ତିତଲିରେ ସର୍ବାଧିକ କ୍ଷତିଗ୍ରସ୍ତ ଗଞ୍ଜାମ ଓ ଗଜପତି ଜିଲାରେ ନଳକୂପଗୁଡ଼ିକର କୌଣସି କ୍ଷୟକ୍ଷତି ଘଟିନାହିଁ। ତେଣୁ ପାନୀୟ ଜଳ ସମସ୍ୟା ଉପୁଜି ନାହିଁ। ସେହିପରି କୌଣସି ବଡ଼ ଧରଣର ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇନାହିଁ। ଡାକ୍ତରୀ ଟିମ୍‍ ପ୍ରତି ଅଞ୍ଚଳକୁ ବୁଲି ସ୍ଥିତି ଓ ଲୋକ ଓ ଗୋରୁଗାଈଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି।
ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ ‘ତିତଲି’ରେ ମୋଟ କ୍ଷୟକ୍ଷତି ପରିମାଣ ୨୨୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେଥିମଧ୍ୟରୁ ରାସ୍ତାଘାଟ କ୍ଷୟକ୍ଷତି ପରିମାଣ ୫୦୦ କୋଟି ଟଙ୍କା। ବାସଗୃହ କ୍ଷତି ପରିମାଣ ୧୫୦ କୋଟି ଟଙ୍କା, ବିଦ୍ୟୁତ କ୍ଷୟକ୍ଷତି ୧୩୩ କୋଟି ଟଙ୍କା ଓ ଶସ୍ୟ କ୍ଷତି ପରିମାଣ ୨୩୩ କୋଟି ଟଙ୍କା। ପ୍ରଥମେ ଏସ୍‍ଡିଆରଏଫ୍‍ ପାଣ୍ଠିରୁ କ୍ଷତିଭରଣା ପାଇଁ ଉଦ୍ୟମ କରାଯିବ। ନିଅଣ୍ଟିଆ ପଡ଼ିଲେ କେନ୍ଦ୍ର ସରକାରଙ୍କୁ ସହାୟତା ମଗାଯିବ। ରିଲିଫ ସବୁ ପଞ୍ଚାୟତସ୍ତରରେ ପହଞ୍ଚିସାରିଛି। ସର୍ବାଧିକ କ୍ଷତିଗ୍ରସ୍ତ ଜିଲା ଗଜପତିରେ ପ୍ରତି ପଲିଥିନ, ଚାଉଳ ସହିତ ପରିବାର ପିଛା ଦୈନିକ ୧ ହଜାର ଟଙ୍କା ଲେଖାଏଁ ଦିଆଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories