www.samajalive.in
Tuesday, December 9, 2025
17.1 C
Bhubaneswar

ଜିଲାପାଳଙ୍କ ଜନଶୁଣାଣି ଶିବିରରେ ବିଜେପି-ବିଜେଡ଼ି ପିଟାପିଟି, ସରପଞ୍ଚଙ୍କ ଫାଟିଲା ମୁଣ୍ଡ

ସୋର: ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଗଣ୍ଡଗୋଳ ଓ ପିଟାପିଟି ହୋଇଥିବା ସୂଚନା ମିଳିଛି। ଜଣେ ପ୍ରଧାନଶିକ୍ଷକଙ୍କ ବଦଳି ବାତିଲ ଦାବି କରି ଉଭୟ ବିଜେପି-ବିଜେଡ଼ି ମୁହାଁମୁହିଁ ହୋଇଥିଲେ। ଏଥିରେ ତେଣ୍ଟେଇ ପଞ୍ଚାୟତ ସରପଞ୍ଚଙ୍କ ମୁଣ୍ଡ ଫାଟି ଯାଇଥିବାବେଳେ ଉଭୟ ଗୋଷ୍ଠୀର ୩ଜଣ ଆହତ ହୋଇଥିଲେ।

 

- Advertisement -

ପଢନ୍ତୁ -ଭାରତରେ ତିଆରି ହେଉଛି ଏମିତି ରାସ୍ତା , ଏଥିରେ ଗଡିବା ବେଳେ ଚାର୍ଜ ହେବ ଗାଡି

ଏଠାରେ ସୂଚନା ଯୋଗ୍ୟ ଯେ ତେଣ୍ଟେଇ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ବଦଳି ବାତିଲ ଦାବି ହୋଇଥିଲା। ବଦଳି ବାତିଲ ଦାବି କରି ଆଜି ଗାଁ ଲୋକେ ଜିଲାପାଳଙ୍କ ଜନଶୁଣାଣି ଶିବିରକୁ ଯାଇଥିଲେ। ଘଟଣାକୁ ନେଇ ଜନଶୁଣାଣି ଶିବିରରେ ବଚସା ଓ ମାରପିଟ ହୋଇଥିଲା। ଏହି ମାରପିଟ ସମୟରେ ତେଣ୍ଟେଇ ପଞ୍ଚାୟତ ସରପଞ୍ଚଙ୍କ ମୁଣ୍ଡ ଫାଟି ଯାଇଥିଲା ଏବଂ ଏହାସହିତ ୩ଜଣ ଆହତ ହୋଇଥିଲେ। ଅପରପକ୍ଷରେ ଘଟଣାସ୍ଥଳରେ ଉପସ୍ଥିତ ବିଇଓଙ୍କୁ ଆକ୍ରମଣକାରୀ ପିଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି ଓ ପରିସ୍ଥିତି ଉପରେ ନଜର ରଖାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories