www.samajalive.in
Tuesday, December 9, 2025
17.1 C
Bhubaneswar

ବଳ ଓ ବୁଦ୍ଧିର କୁନି ହାତୀ; ୧୪ ସିଂହୀଙ୍କ ଠାରୁ ବଞ୍ଚାଉଛି ଜୀବନ, ଭାଇରାଲ ହେଉଛି ଭିଡିଓ   

୧୪ ସିଂହୀକୁ ଗୋଟିଏ ହାତୀ । ସେ ପୁଣି ବଡ଼ ନୁହେଁ ଗୋଟିଏ ଛୁଆ ହାତୀ । ଦେଖନ୍ତୁ ଏହି ଭିଡିଓକୁ । ଜଙ୍ଗଲର ଏକ ନଦୀ କୂଳରେ ୧୪ଟି ସିଂହୀ କିପରି ଗୋଟିଏ ହାତୀକୁ ଆକ୍ରମଣ କରୁଛନ୍ତି । ହାତୀଟିକୁ ମାରିବାକୁ କଳବଳ ଓ ସମସ୍ତ କୌଶଳ ଲଗାଇ ଦେଉଛନ୍ତି ସିଂହୀଗୁଡ଼ିକ। ହେଲେ ହାତୀଟିର ସାହସ ପାଖରେ ହାର୍ ମାନୁଛି ସିଂହୀଗୁଡ଼ିକର ବଳ । ହାତୀଟି ନିଜକୁ ବଞ୍ଚାଇବାକୁ ସିଂହୀ ମାନଙ୍କ ସହ ଲଢ଼େଇ କରୁଛି ।

ହାତୀଟି ଉପରେ ଏକ ସିଂହୀ ବସି ବାରମ୍ବାର ଆକ୍ରମଣ କରୁଛି । ହେଲେ ହାତୀଟି ଜମା ବି ଭୟ କରୁନାହିଁ । ନିର୍ଭିକତାର ସହ ସେମାନଙ୍କ ସହ ଲଢ଼େଇ କରିଚାଲିଛି । ଟିକିଏ ଆଗକୁ ଯାଉଛି । ପୁଣି ସିଂହୀଙ୍କୁ ଘଉଡାଇବାକ ପଛକୁ ଚାଲି ଆସୁଛି । ପରେ ପରେ ନିକଟରେ ଥିବା ଏକ ନଦୀ ଭିତରକୁ ଚାଲିଯାଉଛି ହାତୀଛୁଆ ।

- Advertisement -

ପୁଣି କୂଳକୁ ଆସି ସିଂହୀ ମାନଙ୍କୁ ଘଉଡାଉଛି । ପରେ ପରେ ନଦୀ ଭିତରକୁ ହାତୀଟି ପଶି ପଶିଯିବା ପରେ ସିଂହୀ ମାନଙ୍କୁ ଘଉଡାଇ ନଦୀ ଆରପାରିକୁ ଚାଲିଯାଉଛି । ହାତୀଟିର ଏପରି ପ୍ରୟାସ ସତରେ ଏହି ମଣିଷ ସମାଜକୁ କିଛି ଶିକ୍ଷା ଦେଉଛି । ହାତୀଟି ଯେମିତି କହୁଛି, ପରିସ୍ଥିତି ଯେତେବି କଠିନ ହେଉନା କହିଁକି ତାର ସମ୍ମୁଖିନ କରିବାକୁ ।

ଆଉ ଧୈର୍ଯ୍ୟର ସହ ଖରାପ ସମୟକୁ ସମ୍ମୁଖିନ କରିପାରିଲେ ସଫଳତା ନିଶ୍ଚୟ ଆପଣଙ୍କର ହିଁ ହେବ । ହାତୀଟି ସିଂହୀ ମାନଙ୍କସହ ସହ ଲଢ଼ିବାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଟୁଇଟରରେ ଆନିମଲ୍ସ ଆକାଉଣ୍ଟ ଏହାକୁ ସେୟାର କରିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories