www.samajalive.in
Monday, December 8, 2025
13.1 C
Bhubaneswar

ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା” ପାଠଚକ୍ର ଅନୁଷ୍ଠିତ

ପାତ୍ରପୁର : ପାତ୍ରପୁର ବ୍ଳକ ସାମନ୍ତିଆ ପଲ୍ଲୀ ଶ୍ରୀ ଭରତ ପତି ମହାବିଦ୍ୟାଳୟ ଠାରେ ଓଡ଼ିଆ ସାହିତ୍ୟ ସମାଜ ଆନୁକୂଲ୍ୟରେ ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା” ବିଷୟ ସମ୍ବଳିତ ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟ ଅଧ୍ୟକ୍ଷ ମାନସ କୁମାର ଆଚାର୍ଯ୍ୟଙ୍କ ପୌରହିତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ଡଃ ଅଶୋକକୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ଢେଙ୍କାନାଳରୁ ଆସିଥିବା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଶିଷ୍ଟ ପଣ୍ଡିତ ଡ଼ଃ ଅନ୍ତର୍ଯ୍ୟାମୀ ମିଶ୍ର ଆଲୋଚକ ଭାବେ ପାଠଚକ୍ରରେ ଯୋଗଦେଇ ବିଭିନ୍ନ ଭାଷାର ସୃଷ୍ଟି ଓ ବ୍ୟବହାର ସମ୍ପର୍କରେ ବିସ୍ତୃତ ଭାବରେ ଉପସ୍ଥିତ ଛ।ତ୍ରଛାତ୍ରୀଙ୍କୁ ବୁଝେଇବା ସହିତ ଓଡ଼ିଆ ଭାଷାର ଇତିହାସ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ  ।
ଭାଷା ହେଉଛି ଜ୍ଞାନ ଓ ବିଜ୍ଞାନର ବସ୍ତୁ କିନ୍ତୁ ସାହିତ୍ୟ ହେଉଛି କଳ୍ପନାର ବସ୍ତୁ ବୋଲି ଆଲୋଚକ ଶ୍ରୀ ମିଶ୍ର କହିଥିଲେ  । ଅନ୍ୟମାନଙ୍କ ମଧ୍ୟରେ ଛାୟାରାଣୀ ମିଶ୍ର,ଅଧ୍ୟାପକ ବିଭୀଷଣ ଭୂୟାଁ, ସୁଧାକର ପତି ଓ ଗଣନାଥ ନାୟକ ପ୍ରମୁଖ ପାଠଚକ୍ରରେ ମଞ୍ଚାସିନ ଥିଲେ । ଛାତ୍ରୀ ନିବେଦିତା ପ୍ରଧାନ ,ଆଶା ପ୍ରଧାନ ଓ ଲକ୍ଷ୍ମୀକାନ୍ତ ନାୟକ  ପ୍ରାରମ୍ଭିକ ଓ ଉଦଯାପନୀ ସଙ୍ଗୀତ  ଗାନ କରିଥିବା ବେଳେ ଛାତ୍ରୀ ମୌସୁମୀ ପ୍ରିୟା ପାଢ଼ୀ,ସସ୍ମିତା ବେହେରା ଓ ମିତାଲି କୁଣ୍ଡ ପ୍ରମୁଖ ଅତିଥିଙ୍କୁ ଫୁଲ ଚନ୍ଦନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମ ରେ ଡ଼. ଜୟପ୍ରକାଶ ପାଢ଼ୀ,ଶୁଭ୍ରତା ପାଣିଗ୍ରାହୀ,ଡ଼. ସଂଜୟକୁମାର ପଣ୍ଡା ,ଡ. ରମେଶ ଚନ୍ଦ୍ର ସାହୁ ପ୍ରମୁଖଙ୍କ ସହ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ପାଠଚକ୍ର ପରେ ଆଲୋଚକଙ୍କୁ ମହାବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories