www.samajalive.in
Monday, December 8, 2025
17.1 C
Bhubaneswar

କାର୍ଯ୍ୟରେ ଯୋଗଦେଲେ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସର ନୂତନ ଉପ-ମହାପ୍ରବନ୍ଧକ

ଭୁବନେଶ୍ୱର: ସଦାନନ୍ଦ ମହାନ୍ତି, ଅଗ୍ରଣୀ ରାଷ୍ଟ୍ରାୟତ୍ତ ଇନ୍‌ସୁରାନ୍ସ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ଉପ-ମହାପ୍ରବନ୍ଧକ ଭାବେ  ଯୋଗ ଦେଇଛନ୍ତି । ସେ ଏହା ପୂର୍ବରୁ ମୁମ୍ବାଇସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଉପ-ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ । ଶ୍ରୀ ମହାନ୍ତି ପୁନେସ୍ଥିତ ସାଙ୍ଗଲିଠାରେ  ୧୯୯୧ ମସିହାରେ ନ୍ୟୁ ଇଣ୍ଡିଆର ପ୍ରଶାସନିକ ଅଧିକାରୀ ଭାବେ ଯୋଗ ଦେଇଥିଲେ ।

ପଶ୍ଚିମ ଓଡିଶାର ପୁରପଲ୍ଲୀ ବଲାଙ୍ଗୀରରୁ ଆସିଥିବା ଶ୍ରୀ ମହାନ୍ତି ପରବର୍ତ୍ତୀ ସମୟରେ ଜଣେ ଦକ୍ଷ ପ୍ରଶାସକ ଭାବେ ଭୁବନେଶ୍ୱର, ବଲାଙ୍ଗୀର, ଚୌଦ୍ୱାର ଏବଂ  ମୁଖ୍ୟ କାର୍ଯ୍ୟାଳୟରେ ବିଭିନ୍ନ ପଦପଦବୀରେ ଯୋଗ ଦେଇ ସଫଳତାର ସହିତ କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ଶ୍ରୀ ମହାନ୍ତି ଭୁବନେଶ୍ୱର କ୍ଷେତ୍ରକୁ ବ୍ୟବସାୟିକ  ଦୃଷ୍ଟିକୋଣରୁ ଏକ ଅଗ୍ରଣୀ କ୍ଷେତ୍ର ରୂପେ ଗଢି ତୋଳିବା ସହ ସ୍ୱାସ୍ଥ୍ୟବୀମାକୁ ଗ୍ରାମାଞ୍ଚଳର ଲୋକମାନଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories