www.samajalive.in
Sunday, December 7, 2025
15.1 C
Bhubaneswar

ଯାଜପୁର ଏକତା ମଞ୍ଚର ରାଜଭବନ ସମ୍ମୁଖରେ ସତ୍ୟାଗ୍ରହ

ଭୁବନେଶ୍ୱର : ଯାଜପୁର ଜିଲାରେ ବିବିଧ ସମସ୍ୟା ସମାଧାନ ସମେତ ୫ ଦଫା ଦାବି ନେଇ ସୋମବାର ଯାଜପୁର ଏକତା ମଞ୍ଚ ପକ୍ଷରୁ ରାଜଭବନ ସମ୍ମୁଖରେ ସତ୍ୟାଗ୍ରହ ଓ ଧାରଣା ଦିଆଯାଇଛି। ମଞ୍ଚ ପକ୍ଷରୁ ରାଜ୍ୟପାଳଙ୍କୁ ଦିଆଯାଇ ଥିବା ସ୍ମାରକପତ୍ରରେ ଜିଲାର ୨୦ଟି ପ୍ରମୁଖ ସମସ୍ୟା ଦୂର ପାଇଁ ପଦେକ୍ଷପ ନେବାକୁ ଅନୁରୋଧ କରାଯାଇ ଥିଲା। ଦେଶରେ ଯାଜପୁର ଜିଲା ଏକ ଶିଳ୍ପ ଉନ୍ନତ ଜିଲା ରୂପେ ପରିଗଣିତ ହେଉଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ସେଭଳି ଆଖିଦୃଶିଆ ବିକାଶ ହୋଇପାରି ନାହିଁ। ପାଣିକୋଇଲିଠାରେ ମେଡ଼ିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ନିର୍ମାଣ, ପୁଷ୍ପଗିରିଠାରେ ଅନ୍ତର୍ଜାତୀୟ ବିଶ୍ୱ ବିଦ୍ୟାଳୟ ସ୍ଥାପନ, କଳିଙ୍ଗ ନଗର କଳକାରଖାନାରେ ସ୍ଥାନୀୟ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି, ଜିଲାର ସମସ୍ତ ଭୂମିହୀନଙ୍କୁ ଜମି ଓ ବାସହୀନଙ୍କୁ ଗୃହ ପ୍ରଦାନ ଓ ଚଣ୍ଡିଖୋଲଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ଅଶୋଧିତ ତୈଳ ବିଶୋଧନାଗାରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଆଦି ପାଇଁ ଦାବି ହୋଇଛି। ବିଶିଷ୍ଟ ମାନବାଧିକାର ପ୍ରବକ୍ତା ତଥା ମଞ୍ଚର ଆବାହକ ମନୋଜ ଜେନା କହିଥିଲେ ଯେ ବିଭିନ୍ନ ସମସ୍ୟା ଦୂର ପାଇଁ ଆମେ ଜିଲାପାଳଙ୍କୁ ଦାବିପତ୍ର ଦେଇ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲୁ। କିନ୍ତୁ ପରିତାପର ବିଷୟ ଏ ନେଇ ପ୍ରଶାସନିକ ତତ୍ପରତା ପ୍ରକାଶ ନପାଇବାରୁ ଅଗଷ୍ଟ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ବ୍ୟାସନଗରସ୍ଥିତ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜନସତ୍ୟାଗ୍ରହ କରାଯାଇ ୫ଟି ମୁଖ୍ୟ ଦାବିକୁ ପୂରଣ ପାଇଁ ଦାବି କରାଯାଇ ଥିଲା। ଏହାକୁ ଦୁଇମାସ ବିତି ଯାଇଥିଲେ ମଧ୍ୟ ଲୋକଙ୍କ ସମସ୍ୟା ଦୂର ପାଇଁ ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନନେବା ପରିତାପର ବିଷୟ ବୋଲି ଶ୍ରୀ ଜେନା କହିଛନ୍ତି।
ଏହି ସତ୍ୟାଗ୍ରହରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ସିପିଆଇ ନେତା ପୂର୍ବତନ ବିଧାୟକ ନାରାୟଣ ରେଡ୍ଡି, ସମାଜବାଦୀ ପାର୍ଟିର ସୁଦର୍ଶନ ପ୍ରଧାନ, କଳିଙ୍ଗସେନାର ଅଧ୍ୟକ୍ଷ ହେମନ୍ତ ରଥ, ଫରୱାର୍ଡ଼ ବ୍ଲକର ରାଜ୍ୟ ସଭାପତି ଜ୍ୟୋତିରଞ୍ଜନ ମହାପାତ୍ର, ସମତା କ୍ରାନ୍ତି ଦଳର ଯୁବ ସଭାପତି ଶାରଦା ପ୍ରସନ୍ନ ସ୍ୱାଇଁ,ନବ ର୍ନିମାଣ କୃଷକ ସଂଗଠନର ଶେଷଦେବ ନନ୍ଦ, ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ଯୁଗ୍ମ ଆବାହକ ବାସୁଦେବ ଭଟ୍ଟ, ଯୁବ ସଙ୍ଗଠକ ନିରଦ ବରଣ ଖୁଣ୍ଟିଆ, ଓଡ଼ିଶା ସୁରକ୍ଷା ସେନାର ସତ୍ୟବ୍ରତ ପଣ୍ଡା, ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା, ଏକତା ପରିଷଦର ରାଜ୍ୟ ଆବାହକ ବିଜୟ ପ୍ରଧାନ, ପ୍ରଦେଶ କଂଗ୍ରେସ ସମ୍ପାଦକ ପଦ୍ମାକର ଗୁରୁ, ସମାଜବାଦୀ ଯୁବନେତା ଦେବାଶିଷ ମିଶ୍ର, ଓଡ଼ିଶା ନାଗରିକ ସମାଜର ଇଂ ଲଳିତ ମୋହନ ପଟ୍ଟନାୟକ, ପାଣିକୋଇଲି ମେଡ଼ିକାଲ କ୍ରିୟାନୁଷ୍ଠାନ କମିଟିର ଆବାହକ ସୁବାସ ଧଳ, ସାମ୍ବାଦିକ ରବୀନ୍ଦ୍ର ମହାପାତ୍ର, କାଳନ୍ଦୀ କଣ୍ଠ, ନାରୀନେତ୍ରୀ ସାବିତ୍ରୀ ସାହୁ, ପାର୍ବତୀ ମୁଳଜାନୀ, ଆମ୍ବେଦକର ଲୋହିଆ ବିଚାରମଞ୍ଚର ଅବଦୁଲ କାଲାମ, ଯାଜପୁର ଏକତା ମଞ୍ଚ ସଭାପତି ଗୟାଧର ମଲ୍ଲିକ, ସମ୍ପାଦକ ଅକ୍ଷୟ ଜେନା, ବରିଷ୍ଠ ସଦସ୍ୟ ଗୁଣନିଧି ଗୁରୁ ପ୍ରମୁଖ ଯୋଗ ଦେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories