www.samajalive.in
Tuesday, December 9, 2025
17.1 C
Bhubaneswar

ଅଜଣା ଗାଡି ଧକ୍କାରେ ଟ୍ରକ ଚାଳକ ମୃତ

ବଲାଙ୍ଗିର, :ଶନିବାର ଭୋର ୪ଟା ବେଳେ ବଲାଙ୍ଗିର-ସମ୍ବଲପୁର ଜାତୀୟ ରାଜପଥ-୨୬ର ଛତାମଖନା ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏକ ଅଜଣା ଭାରିଯାନ ଧକ୍କାରେ ଟ୍ରକ ଚାଳକଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ଓଡି୨୩ଏମ୍‌ ୯୯୪୧ ନମ୍ବର ଟ୍ରକ ବଲାଙ୍ଗିର ପଟୁ ବରଗଡ ଆଡକୁ ଯାଉଥିଲା । ଏକ ଅଜଣା ଭାରିଯାନ ସାମ୍ନା ପଟୁ ଆସି ଟ୍ରକଟିକୁ ଧକ୍କା ଦେଇ ଚାଲି ଯାଇଥିଲା । ଚାଳକ ଟ୍ରକର କ୍ୟାବିନ୍‌ ଭିତରେ ଚାପି ହୋଇଯାଇଥିଲେ । ଦୁର୍ଘଟଣା ଖବର ପାଇ ଲୋଇସିଂହା ଓ ବଲାଙ୍ଗିର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । କ୍ୟାବିନରେ ଚାପି ହୋଇ ରହିଥିବା ଟ୍ରକ ଚାଳକଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ଟ୍ରକ ଚାଳକଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ପରିଚୟ ମିଳି ପାରି ନଥିଲା ।

- Advertisement -

ଶବକୁ ବ୍ୟବଚ୍ଛେଦ ଗୃହରେ ରଖାଯାଇଥିଲା । ପୁଇଁନ୍ତଲା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଗାଡି ମାଲିକଙ୍କୁ ଯୋଗାଯୋଗ କରି ଚାଳକଙ୍କ ପରିଚୟ ପାଇଥିଲା । ଏନେଇ ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ ହୋଇଛି । ଦୁର୍ଘଟଣା ଘଟଣାଇଥିବା ଗାଡିର ଖୋଜଖବର ମିଳିପାରିନି । ତେବେ ଚାଳକ ଜଣଙ୍କ ବିହାର ରାଜ୍ୟର ଅଖିଳେଶ କୁମାର । ସେ ଝାରସୁଗୁଡା ଜିଲା ବ୍ରଜରାଜନଗରରେ ରହି ଟ୍ରକ ଚଳାଉଥିଲେ । ପରିବାର ଲୋକେ ସୂଚନା ପାଇ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ଆସିଥିଲେ । ଶବ ବ୍ୟବଚ୍ଛେଦ ପରେ ମୃତ ଅଖିଳେଶଙ୍କ ମରଶରୀର ପରିବାର ଲୋକଙ୍କୁ ପୁଇଁନ୍ତଲା ପୁଲିସ ହସ୍ତାନ୍ତର କରିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories