www.samajalive.in
Tuesday, December 9, 2025
16.1 C
Bhubaneswar

ନୌସେନାରେ ସାମିଲ ହେଲା ପ୍ରଥମ ସ୍ୱଦେଶୀ ବିମାନବାହୀ ଯୁଦ୍ଧପୋତ ‘ଆଇଏନଏସ ବିକ୍ରାନ୍ତ’

ନୂଆଦିଲ୍ଲୀ : ଭାରତୀୟ ନୌସେନା ପାଇଁ ଆଜିର ଦିନ ଖୁବ ମହତ୍ତ୍ୱପୂର୍ଣ୍ଣ। ନୌସେନାରେ ସାମିଲ ହୋଇଛି ପ୍ରଥମ ସ୍ୱଦେଶୀ ଲଢୁଆ ବିମାନବାହୀ ଯୁଦ୍ଧପୋତ ‘ଆଇଏନଏସ ବିକ୍ରାନ୍ତ’। ଆଜି ଜଳାବତରଣ କରିଛି ଆଇଏନଏସ ବିକ୍ରାନ୍ତ।

‘ଆଇଏନଏସ ବିକ୍ରାନ୍ତ’ ସମର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇ କହିଛନ୍ତି, ଏକ ନୂଆ ସୂର୍ଯ୍ୟୋଦୟର ସାକ୍ଷୀ ହେବାକୁ ଯାଉଛି ‘ଆଇଏନଏସ ବିକ୍ରାନ୍ତ’। ବିକ୍ରାନ୍ତ ଏକ ଯୁଦ୍ଧଜାହାଜ ନୁହେଁ। ଏହା ପରିଶ୍ରମ ଓ ପ୍ରତିବଦ୍ଧତାର ପ୍ରମାଣ। ଆତ୍ମନିର୍ଭର ଭାରତର ଏହା ପ୍ରତୀକ। ଏହା ଦେଶକୁ ଏକ ନୂଆ ବିଶ୍ୱାସରେ ଭରି ଦେଇଛି। ଆଜି ଠାରୁ ଭାରତ ଗୁଲାମୀର ବୋଝ ଅପସରି ଯାଇଛି। ଭାରତୀୟ ନୌସେନାର ଶକ୍ତି ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱକୁ ସଶକ୍ତ ଭାରତର ଆବଶ୍ୟକତା ରହିଛି। ନୌସେନାର ନୂଆ ପତାକା ନୂଆ ଶକ୍ତି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

- Advertisement -

କୋଚି ସିପ୍‍ୟାର୍ଡରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଇଏନଏସ ବିକ୍ରାନ୍ତକୁ ସମର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିକ୍ରାନ୍ତ ସାମିଲ ପରେ ଭାରତୀୟ ନୌସେନାର ଶକ୍ତି ଦୃଢ ହେବ। ନୌସେନାକୁ ମହାସାଗରର ମହାବଳୀ ମିଳିଛି। ନୌସେନାର ଉଭୟ ଆକ୍ରମଣାତ୍ମକ ଓ ରକ୍ଷାତ୍ମକ କ୍ଷମତା ବୃଦ୍ଧି ହେବ। ନୌସେନାର ନୂଆ ପତାକାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଅନାବରଣ କରିଛନ୍ତି। ବିକ୍ରାନ୍ତ ନିର୍ମାଣରେ ପ୍ରାୟ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories