ଡେସ୍କ: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ରୋଡ ରେଳ ଷ୍ଟେସନର ନାମ ପରିବର୍ତ୍ତନ ହେବ। ଏଣିକି ଏହା ମାଣିକଗୋଡ଼ା ଷ୍ଟେସନ ଭାବରେ ନାମିତ ହେବ। ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଶ୍ରୀ ବୈଷ୍ଣବ ପତ୍ର ଲେଖି ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀଙ୍କୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏନେଇ ରେଳ ମନ୍ତ୍ରଣାଳୟ ତରଫରୁ ଗୃହ ବିଭାଗକୁ ଅନାପତି ପତ୍ର ପ୍ରଦାନ କରାଯାଇଛି। ଖୁବ ଶୀଘ୍ର ଏହାର ନାମ ପରିବର୍ତନ ହୋଇ ମାଣିକଗୋଡ଼ା ଷ୍ଟେସନ ହେବ। ପୂର୍ବରୁ ଅପରାଜିତା ଷଡ଼ଙ୍ଗୀ ବୋଲଗଡ଼଼ର ଜନସାଧାରଣଙ୍କ ଆଗ୍ରହ କ୍ରମେ ବୋଲଗଡ଼଼ ରୋଡ ଷ୍ଟେସନର ନାମ ପରିବର୍ତନ କରି ମାଣିକଗୋଡ଼କ୍ଷ ଷ୍ଟେସନ ରଖିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପୂର୍ବରୁ ପତ୍ର ଲେଖିଥିଲେ।
Popular Categories



