ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ସମ୍ବନ୍ଧିତ ଅନେକ କଥା ଉଲ୍ଲେଖ ରହିଛି। ଏହି କଥାର ପାଳନ କରିବା ଦ୍ୱାରା ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ। ଚାଣକ୍ୟଙ୍କ ନୀତି ଶାସ୍ତ୍ରରେ ଯୁବପିଢିଙ୍କୁ ନେଇ ମଧ୍ୟ କିଛି ଜାଣିବା କଥା ବର୍ଣ୍ଣନା କରାଯାଇଛି..
ଚାଣକ୍ୟଙ୍କ ନୀତି ଅନୁଯାୟୀ, ଯୁବାବସ୍ଥାରେ ବ୍ୟକ୍ତି ନିଜ ଭବିଷ୍ୟ ପ୍ରତି ସଜାଗ ରହିବା ଆବଶ୍ୟକ। ସଠିକ ନିୟମ ଓ ଯୋଜନା ସହ ଯୁବପିଢି ନିଜ ଜୀବନର ଲକ୍ଷ୍ୟ ପ୍ରାପ୍ତ କରି ପାରିବେ । ମାତ୍ର ଖରାପର ଅଭ୍ୟାସକୁ ଆପଣାଇବା ଦ୍ୱାରା ଜୀବନରେ ସମସ୍ୟା ପରେ ସମସ୍ୟା ଦେଖା ଦେଇଥାଏ। ଜାଣନ୍ତୁ ସେହି ବଦଅଭ୍ୟାସ ବିଷୟରେ..
ଯୁବପିଢିଙ୍କୁ କଦାପି ଆଳସ୍ୟ କରିବା ଉଚିତ ନୁହେଁ। ଏହା ଏକ ଖରାପ ଅଭ୍ୟାସ। ଆଳସ୍ୟ କାରଣରୁ ଲକ୍ଷ୍ୟ ହାସଲରେ ବାଧା ସୃଷ୍ଟି ହୋଇଥାଏ। ତେଣୁ ଅନୁଶାସନର ପାଳନ କରିବା ଉଚିତ।
ଯୁବପିଢିଙ୍କୁ ନିଶା ଦ୍ରବ୍ୟର ସେବନ କରିବା ଉଚିତ ନୁହେଁ। ନିଶା ସେବନ ଦ୍ୱାରା କେବଳ ଶାରୀରିକ ନୁହେଁ ବରଂ ମାନସିକ ରୋଗଗ୍ରସ୍ତ ମଧ୍ୟ ହୋଇଥାଆନ୍ତି। ଏହାଦ୍ୱାରା ଆର୍ଥିକ ସମସ୍ୟା ଲାଗି ରହିଥାଏ। ଯାହାର ପ୍ରଭାବ ବର୍ତ୍ତମାନ ଓ ଭବିଷ୍ୟତ ଉପରେ ପଡିଥାଏ।
ଦୁଷ୍ଟ ଅର୍ଥାତ ଖରାପ ସଙ୍ଗତରୁ ସର୍ବଦା ନିଜକୁ ଦୂରେଇ ରଖନ୍ତୁ। ଭୁଲ ଲୋକଙ୍କ ମଧ୍ୟରେ ରଖିଲେ ଖରାପ ଅଭ୍ୟାସ ଆପଣାଇ ଥାଆନ୍ତି। ଫଳରେ ଲକ୍ଷ୍ୟ ହାସଲ ହୋଇ ପାରିନଥାଏ। ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ।



