www.samajalive.in
Monday, December 8, 2025
27.1 C
Bhubaneswar

ବର୍ଷକୁ ଥରେ ଖୋଲେ ପ୍ରଭୁ ଗଣେଶଙ୍କ ଏହି ମନ୍ଦିର ; ପାଟିକୁ ଅଇଁଠା କରି ଯାଆନ୍ତି ଶ୍ରଦ୍ଧାଳୁ

ଅଗଷ୍ଟ ୩୧ ବୁଧବାର ପ୍ରଭୁ ଗଣେଶଙ୍କ ପୂଜା। ଏହାକୁ ଗଣେଶ ଚତୁର୍ଥୀ ମଧ୍ୟ କୁହାଯାଏ। ପ୍ରଥମ ପୂଜ୍ୟ ପ୍ରଭୁ ଗଣେଶଙ୍କ ପୂଜାରେ ପୁର ଠାରୁ ପଲ୍ଲୀ ଯାଏଁ ଗଣପତିଙ୍କ ଆରାଧନା କରାଯିବ। ଏହାସହ ପ୍ରଭୁଙ୍କ ଅନେକ ମନ୍ଦିରରେ ମଧ୍ୟ ଲକ୍ଷାଧିକ ଭକ୍ତ ଏକାଠି ହୋଇଥାଆନ୍ତି। ନିଜ ମନସ୍କାମନା ପୂରଣ ପାଇଁ ଭକ୍ତମାନେ ବିଭିନ୍ନ ମନ୍ଦିରକୁ ପ୍ରଭୁ ଗଣେଶଙ୍କ ଦର୍ଶନ ପାଇଁ ଯାଇଥାଆନ୍ତି। ତେବେ ପ୍ରଭୁ ଗଣେଶଙ୍କ ଏଭଳି ଏକ ମନ୍ଦିର ବିଷୟରେ ଜାଣନ୍ତୁ ଯାହା କେବଳ ଗଣେଶ ଚତୁର୍ଥୀରେ ହିଁ ଖୋଲିଥାଏ। ଏହି ମନ୍ଦିର ଉଚ୍ଛିଷ୍ଟ (ଅଇଁଠା) ଗଣପତି ମନ୍ଦିର ଭାବେ ବେଶ ପ୍ରସିଦ୍ଧ। ଜାଣନ୍ତୁ କ’ଣ ରହିଛି ଏହି ମନ୍ଦିରର ବିଶେଷତ୍ୱ..
ମାନ୍ୟତାନୁଯାୟୀ, ଅନ୍ୟ ସ୍ୱରୂପ ତୁଳନାରେ ଉଚ୍ଛିଷ୍ଟ ଗଣପତିଙ୍କ ଦର୍ଶନ ପରେ ଖୁବ ଶୀଘ୍ର ମନସ୍କାମନା ପୂରଣ ହୋଇଥାଏ। ରାଜସ୍ଥାନର ଯୋଧପୁର ସହର ସ୍ଥିତ ଗଜାନନ ମନ୍ଦିର ଖୋଲିବାର ଏକ ବିଧାନ ରହିଛି। ମନ୍ଦିରର କବାଟ ଖୋଲାଯିବା ପୂର୍ବରୁ ଦଶ ହଜାର ଆହୁତି ଯଜ୍ଞରେ ସମର୍ପଣ କରାଯାଇଥାଏ। ଏହାପରେ ମନ୍ଦିର କବାଟ ଖୋଲା ଯାଇଥାଏ। ଏହି ମନ୍ଦିର ବର୍ଷକୁ ଥରେ ମାତ୍ର ୧୨ ଘଣ୍ଟା ପାଇଁ ଖୋଲିଥାଏ। ଏଠାରେ ପ୍ରଭୁ ଗଣେଶଙ୍କୁ ଆପଣ ସକାଳ ୬ଟା ରୁ ସନ୍ଧ୍ୟା ୬ ଯାଏଁ ଦର୍ଶନ କରିପାରିବେ। କୁହାଯାଏ ଯେଉଁମାନଙ୍କର ବିବାହରେ ବିଳମ୍ବ ହୋଇଥାଏ ସେମାନେ ଏହି ମନ୍ଦିରରେ ପ୍ରଭୁଙ୍କୁ ସିନ୍ଦୂର ଓ ଦୁବ ଅର୍ପଣ କରି ଦର୍ଶନ କଲେ ବିବାହ ଶୀଘ୍ର ହୋଇଯାଏ। ସେହିପରି ବୈବାହିକ ଜୀବନରେ ସମସ୍ୟା ଥିଲେ, ସେମାନେ ମଧ୍ୟ ପ୍ରଭୁଙ୍କୁ ଦର୍ଶନ କଲେ ଶୁଭଫଳ ପ୍ରାପ୍ତି ହୋଇଥାଏ। ପାନ,ଗୁଆ,ଗୁଜୁରାତି ଆଦି ପାଟିରେ ରଖି ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ଯାଇ ଥାଆନ୍ତି। ମାନ୍ୟତା ଅନୁଯାୟୀ, ଉଚ୍ଛିଷ୍ଟ ଗଣପତିଙ୍କ ସ୍ୱରୂପକୁ ଦର୍ଶନ କରିବା ଦ୍ୱାରା ବ୍ୟକ୍ତିଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ପ୍ରାଚୀନ ପୁରାଣ ଅନୁଯାୟୀ, ଗଣପତିଙ୍କ ଏହି ସ୍ୱରୂପର ସାଧନା କରିବା ଦ୍ୱାରା ଐଶ୍ୱର୍ଯ୍ୟ,ଉଚ୍ଚ ପଦବୀ, ଧନସମ୍ପତ୍ତି ବୃଦ୍ଧି,ସୁଖମୟ ଜୀବନ ପ୍ରାପ୍ତି ହୋଇଥାଏ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories