www.samajalive.in
Monday, December 8, 2025
27.1 C
Bhubaneswar

ଡମ୍ବରୁଧରଙ୍କର ଲାଗିଲା କୃତ୍ରିମ ଗୋଡ଼

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ଓ କୋଲନରା ବ୍ଲକ ସୀମାନ୍ତ ଗାଡିଶେଷଖାଲ ପଞ୍ଚାୟତର ପେଦାଗୁଡା ଗାଁର ମୃତ ବିନ୍ଧା କଣ୍ଡାଗରୀଙ୍କ ପୁଅ ଡମ୍ବରୁଧର କଣ୍ଡାଗରୀଙ୍କ ଦେହରେ କୃତ୍ରିମ ଗୋଡ଼ ଲଗାଯାଇଛି। ଜିଲା ଭିନ୍ନକ୍ଷମ ମହାସଂଘ ତରଫରୁ ସଂଘର ସମ୍ପାଦକ ଜଳନ୍ଧର ବାଚେଲି ରାଜସ୍ଥାନର ଉଦୟପୁରରେ ଥିବା ନାରାୟଣ ସେବାସଂସ୍ଥା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଲାରୁ ତିନିଜଣଙ୍କୁ କୃତ୍ରିମ ଗୋଡ ଲଗାଇବାକୁ ନେଇଥିବା ବେଳେ କେବଳ ଡମ୍ବରୁଧରଙ୍କ ଗୋଡ଼ ଅସ୍ତ୍ରୋପଚାର କରି କୃତ୍ରିମ ଗୋଡ ଲଗାଯାଇଛି । ଅନ୍ୟ ଦୁଇ ଜଣଙ୍କ ଅସ୍ତ୍ରୋପଚାର ବିଳମ୍ବରେ କରାଯିବ ବୋଲି ଜଣାପଡିଛି । ମାଗଣାରେ ଏହି ଅସ୍ତ୍ରୋପଚାର କରାଯାଇଥିବା ଭିନ୍ନକ୍ଷମ ସଂଘ ପକ୍ଷରୁ ସୂଚନା ମିଳିଛି ।

ପ୍ରକାଶ ଥାଉକି, ୨୦୧୬ ମସିହାରେ ହୀରଖଣ୍ଡ ଏକ୍ସପ୍ରେସ କୁନେରୁଠାରେ ଦୁର୍ଘଟଣାରେ କେତେ ଜୀବନ ଚାଲି ଯାଇଥିବା ବେଳେ କେତେ ଜଣ ହାତ ଗୋଡ଼ ହରାଇଥିଲେ। ସେହି ହୀରାଖଣ୍ଡ ଏକ୍ସପ୍ରେସରେ ଡମ୍ବରୁଧର ମଧ୍ୟ ଭୁବନେଶ୍ୱର ଯାତ୍ରା କରୁଥିଲେ । ଦୁର୍ଘଟଣାରେ ଡମ୍ବରୁଧରଙ୍କ ଗୋଡ଼ କଟି ଯାଇଥିଲା । ଯାହା ଫଳରେ ଭିନ୍ନକ୍ଷମ ସଂଘ ପକ୍ଷରୁ କୃତ୍ରିମ ଗୋଡ଼ ଲଗାଯାଇଛି । ଡମ୍ବରୁଧରଙ୍କ କୃତ୍ରିମ ଗୋଡ ଲଗାଯାଇଥିବାରୁ ପରିବାର ପକ୍ଷରୁ ଭିନ୍ନକ୍ଷମ ସଂସ୍ଥାକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories