www.samajalive.in
Tuesday, December 9, 2025
15.1 C
Bhubaneswar

ଉଜୁଡ଼ା କ୍ଷେତ ପାଇଁ ବିହନ ଚିନ୍ତା

ତିଗିରିଆ :  ମହାନଦୀ ବନ୍ୟାରେ ତିଗିରିଆ ବ୍ଲକ ନଦୀକୂଳ ଅଞ୍ଚଳର ପଞ୍ଚାୟତଗୁଡ଼ିକରେ ଧାନ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡ଼ିଯାଇଛି । ସାନି ଧାନଚାଷକୁ ଆଉ ବେଳ ନଥିବା ସତ୍ତ୍ବେ ଉଜୁଡ଼ା କ୍ଷେତକୁ ଦେଖି ଅନେକ ଚାଷୀ ନିଜ କୋହକୁ ସହ୍ୟ କରିପାରୁ ନାହାଁନ୍ତି । ଖାଲ କିସମ ଜମିରେ ସ୍ୱଳ ମିଆଦୀର ଧାନ ରୋଇ ଆଗାମୀ ବର୍ଷକୁ ଅନ୍ତତଃ ପକ୍ଷେ ବିହନ ଗଣ୍ଡେ ଯୋଗାଡ଼ କରିବା ଲକ୍ଷ୍ୟରେ ରହିଛନ୍ତି । ବନ୍ୟାଞ୍ଚଳର ପ୍ରତି ଗ୍ରାମରେ ସମୁଦାୟ ଉଜୁଡ଼ା କ୍ଷେତର ପ୍ରାୟ ୫ପ୍ରତିଶତ ସ୍ଥାନରେ ଚାଷୀ ଏଭଳି ପ୍ରୟାସ କରୁଥିବା ଦେଖିବାକୁ ମିଳୁଛି । ନିଜ ଅଞ୍ଚଳରେ ଆଉ ଧାନତଳି ନଥିବାରୁ ପାଖ ପଡ଼ୋଶୀ ବ୍ଲକର ଉଚ୍ଚସ୍ଥାନରେ ରହିଥିବା ଚାଷୀଙ୍କ କ୍ଷେତରୁ ଧାନତଳି ସଂଗ୍ରହ କରିବା ଲାଗି ଚାଷୀମାନେ ଲାଗିପଡ଼ିଥିବା ଦେଖିବାକୁ ମିଳିଛି । ଏପରିକି ଅନେକ ଚାଷୀ ଢ଼େଙ୍କାନାଳ ଜିଲ୍ଲାର ବିଭିନ୍ନ ଗାଁ ଗଣ୍ଡାରେ ବୁଲି ଧାନତଳି ଯୋଗାଡ଼ କରୁଥିବା ଦେଖିବାକୁ ମିଳିଛି । ମଧ୍ୟମ ଓ ଢ଼ିପରେ ଆଗାମୀ ଦିନରେ ଜଳ ସଂକଟର ସମ୍ମୁଖୀନ ହେବାକୁ ଥିବାରୁ ଚାଷୀ ସେହିସବୁ ସ୍ଥାନରୁ ଆଶା ସମ୍ପୂର୍ଣ୍ଣ ଛାଡ଼ି ଦେଇଥିବା ବେଳେ ମୁଷ୍ଟିମେୟ ଚାଷୀ ପାଖରେ ଉପଲବ୍ଧ ଖାଲ ଜମିରେ ଧାନତଳି ଆଣି ଲଗାଇବାରେ ଲାଗିପଡ଼ିଛନ୍ତି । ବାରମ୍ବାର ବିପର୍ଯ୍ୟୟରେ ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ୁଥିବା ବେଳେ ଚାଷୀ ନିଜର ବୃତ୍ତିକୁ ହାତଛଡ଼ା କରିନାହାଁନ୍ତି । ଏଭଳି ସ୍ଥିତିରେ ଆଗାମୀ ଦିନରେ ଚାଷୀ ଏ କ୍ଷେତ୍ରରେ କେତେ ସଫଳତା ପାଇବ ତାହାକୁ ନେଇ ଅନିଶ୍ଚିତତା ଅନୁଭବ କରୁଥିଲେ ମଧ୍ୟ ପୁଣି ଥରେ ଉଦ୍ୟମ ଚଳାଇଛି । ଅପରପକ୍ଷରେ ସର୍ବାଧିକ ସଂଖ୍ୟାରେ ଚାଷୀ ଧାନ ଉଜୁଡ଼ିଯିବା ପରେ ଆଗାମୀ ପନିପରିବା ଚାଷରେ କିଭଳି କ୍ଷତିକୁ ଭରଣା କରିବେ ସେନେଇ ଚିନ୍ତାରେ ରହିଛନ୍ତି। ଏକ୍ଷେତ୍ରରେ ବନ୍ୟାକ୍ଷତିଗ୍ରସ୍ତ ଚାଷୀଙ୍କୁ ଉଚିତ୍ କ୍ଷତିପୂରଣ ପ୍ରଦାନ ସହିତ ଆଗାମୀ ଚାଷକାର୍ଯ୍ୟ ପାଇଁ ଯଥାସାଧ୍ୟ ସହଯୋଗ କରିବା ଦିଗରେ ସରକାର ଦୃଷ୍ଟି ଦେବାକୁ ଚାଷୀ ମହଲରେ ମତ ପ୍ରକାଶ ପାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories