www.samajalive.in
Thursday, December 11, 2025
26.1 C
Bhubaneswar

ଅନେକ ସମସ୍ୟା ଦୂର କରେ ଗୁଡ଼

ରୋଷେଇ ଘରେ ଏପରି କେତେକ ଜିନିଷ ରହିଛି ଯାହା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିବା ସହ ଜୀବନରେ ମଧ୍ୟ ଖୁସି ଭରି ଦେଇଥାଏ । ଏହାର ମହତ୍ତ୍ୱ ଖାଦ୍ୟ ସହ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ରହିଛି । ସେଭଳି ଜିନିଷ ମଧ୍ୟରୁ ଗୋଟିଏ ହେଉଛି ଗୁଡ । ଗୁଡର ମିଠାଳିଆ ସ୍ୱାଦ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହ ଏହା ସହ ଜଡିତ କିଛି ସହଜ ଉପାୟ ଆପଣାଇବା ଦ୍ୱାରା ଜୀବନରେ ହସଖୁସି ଭରିବା ସହ ଆର୍ଥିକ କ୍ଷେତ୍ରରେ ଖୁବ ଲାଭ ମିଳିଥାଏ । ଧନ ଓ ସୁଖସମ୍ପତ୍ତି ବୃଦ୍ଧି ହୋଇଥାଏ । ଜାଣନ୍ତୁ..
ଅନେକ ଦିନ ଯାଏଁ ଟଙ୍କାପଇସା ଜନିତ ସମସ୍ୟା ସହ ଅଭାବ ଲାଗି ରହିଥିଲେ, ଗୁଡର ଏକ ଛୋଟ ଖଣ୍ଡ ନେଇ ଲାଲ କପଡାରେ ବାନ୍ଧି ଦିଅନ୍ତୁ । ଏହାସହ ଏକ ଟଙ୍କା ମଧ୍ୟ ରଖନ୍ତୁ । ଏହାକୁ ପୂଜା ଘରେ ମା’ଲକ୍ଷ୍ମୀଙ୍କ ନିକଟରେ ରଖନ୍ତୁ । ଖୁବ ଶୁଭଫଳ ମିଳିବ ।
କରଜ ଜନିତ ସମସ୍ୟା ଲାଗି ରହୁଥିଲେ ଏହା ଦୂର ପାଇଁ ୭ଟି ଖଣ୍ଡ ହଳଦୀ ସହ ଏକ ଛୋଟ ଖଣ୍ଡ ଗୁଡ ରଖନ୍ତୁ । ଏହି ସସସ୍ତ ଜିନିଷକୁ ଏକ ହଳଦିଆ କପଡାରେ ବାନ୍ଧି ଗୁରୁବାର ଦିନ ଧନ ରଖିବା ସ୍ଥାନରେ ରଖନ୍ତୁ । ୨୧ ଦିନ ପରେ ଏହାକୁ ନଦୀରେ ଭସାଇ ଦିଅନ୍ତୁ । ଏହା ଦ୍ୱାରା ବ୍ୟବସାୟରେ ଲାଭ ସହ କରଜ ସମସ୍ୟାରୁ ମୁକ୍ତି ମିଳିଥାଏ । ଗୁରୁବାର ଦିନ ଗାଈଙ୍କୁ ଚଣା ଓ ଗୁଡ ଖାଇବାକୁ ଦିଅନ୍ତୁ । ଏହାଦ୍ୱାରା ଧନବୃଦ୍ଧି ହୋଇଥାଏ ।
ବହୁ ଚେଷ୍ଟା ପରେ ମଧ୍ୟ କର୍ମକ୍ଷେତ୍ରରେ ନିଯୁକ୍ତିରେ ବିଳମ୍ବ ହେଉଥିଲେ, ସଫଳତା ମିଳିପାରୁ ନଥିଲେ ନିୟମିତ ସକାଳ ସମୟରେ ପ୍ରଥମ ରୁଟି ଗାଈଙ୍କୁ ଗୁଡ ସହ ଖାଇବାକୁ ଦିଅନ୍ତୁ । ପ୍ରତ୍ୟେକ ଦିନ ଏପରି କରିବା ଦ୍ୱାରା ସଫଳତା ମିଳିଥାଏ ।
ବିବାହରେ ବିଳମ୍ବ ହେଉଥିଲେ,ଅଟା ଗୁଳାରେ ଗୁଡ ଓ ହଳଦୀ ମିଶାଇ ଘିଅ ଲଗାଇ ଗାଈଙ୍କୁ ପ୍ରତ୍ୟେକ ଗୁରୁବାର ଖାଇବାକୁ ଦିଅନ୍ତୁ । ୭ଟି ଗୁରୁବାର ଏପରି କରିବା ଦ୍ୱାରା ଏହି ସମସ୍ୟା ଦୂର ହେବ ।

Hot this week

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

Related Articles

Popular Categories