www.samajalive.in
Wednesday, December 10, 2025
26.1 C
Bhubaneswar

ଲଘୁଚାପ ବର୍ଷାରେ ଘର ଭାଙ୍ଗିଥିବା ପରିବାରକୁ ରାଜସ୍ୱ ବିଭାଗ ପକ୍ଷରୁ ସହାୟତା ପ୍ରଦାନ

ଝୁମ୍ପୁରା: ଗତ ଲଗାଣ ବର୍ଷାରେ ଘର ଭାଙ୍ଗିଥିବା ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କ୍ଷତିଗ୍ରସ୍ଥ ପରିବାର ଗୁଡିକ ରାଜସ୍ୱ ବିଭାଗ ପାଖରେ ଲିଖିତ ଅଭିଯୋଗ କରିଥିଲେ। ଚଉଠିଆ ରାଜସ୍ୱ ଅଧିକାରୀ ଅଜୟ କୁମାର ଦାସ ତାଙ୍କ ଅଧୀନରେ ରହିଥିବା ଚଉଠିଆ ପଞ୍ଚାୟତ ସମେତ ଗୁଣ୍ଡୁଣିଆଁ, ଅସନପାଟ ପଞ୍ଚାୟତର ବିଭିନ୍ନ ସାହିରେ ଭାଙ୍ଗିଥିବା ଘର ଗୁଡିକ ବୁଲି ଦେଖିଥିଲେ। ଏହାପରେ ସେ ସୋମବାର କ୍ଷତି ଗ୍ରସ୍ଥ ପରିବାରକୁ ପଲିଥିନ ଯୋଗାଇ ଦେଇଥିବା ଦେଖିବାକୁ ମିଳିଛି। ବର୍ଷାରେ ଘର ଭାଙ୍ଗିଥିବା ପରିବାର ଗୁଡିକୁ ପଲିଥିନ ବାଣ୍ଟିବା ସମୟରେ ଅସନପାଟ ସମିତି ସଭ୍ୟା ଜୟନ୍ତ୍ରୀ ମହାକୁଡ ଉପସ୍ଥିତ ଥିଲେ। ଲଘୁଚାପ ବର୍ଷାରେ ବିଶେଷ ଭାବରେ ଘର ଭାଙ୍ଗିଥିବା ୮ଟି ପରିବାରକୁ ପ୍ରଥମ ପର୍ଯ୍ୟାୟରେ ପଲିଥିନ ପ୍ରଦାନ କରାଯାଇଥିଲା। ତେବେ ଅଳ୍ପକ୍ଷତି ଗ୍ରସ୍ଥ ହୋଇଥିବା ପରିବାରଗୁଡିକୁ ଚିହ୍ନଟ କରି ଦ୍ୱିତୀୟ ପର୍ଯ୍ୟାୟରେ ପଲିଥିନ ବଣ୍ଟନ କରାଯିବ ବୋଲି ଚଉଠିଆ ରାଜସ୍ୱ ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories