www.samajalive.in
Saturday, December 6, 2025
26.1 C
Bhubaneswar

୧୨ ଫୁଟର ଅଜଗର ସାପ ଉଦ୍ଧାର

ଫୁଲବାଣୀ : କନ୍ଧମାଳ ଜିଲ୍ଲା  ଫୁଲବାଣୀ ସହରଠୁ ପ୍ରାୟ ୫ କିଲୋମିଟର ଦୂର କଲାଡି ଗ୍ରାମର ଅମିତ କହ୍ନର  ବଗିଚାରେ  ଏକ  ୧୨ଫୁଟର ଅଜଗର ସାପ ପଶି ଆସିଥିବା ନେଇ କଲାଡି ଗ୍ରାମର ସଂଜୀବ କହ୍ନର ଟିମ୍ ହ୍ୟୁମାନିଟି କନ୍ଧମାଳ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ। ସମୟ ନଷ୍ଟ ନ କରି ତୁରନ୍ତ  ଟିମ୍ ସଦସ୍ୟ  ଜଗନ୍ନାଥ ରାଜୁ, ସାଇରାମ ପାତ୍ର, ଆଲୋକ କୁମାର ବିଶୋଇ, ପ୍ରଫୁଲ କୁମାର ପୃଷ୍ଟି ,  ସସ୍ମିତା ସାହୁ, ଏସ କେ ଅବଦୁଲ ସାକୀର, ଅନୁପ ବିକ୍ରମ ପାତ୍ର , ରମେଶ ଚନ୍ଦ୍ର ମହାନ୍ତି ଏବଂ ରବୀନ୍ଦ୍ର ମହାରଣା ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ଆକାରରେ ବଡ଼ ଥିବା ସାପଟିକୁ ଦେଖି ଗାଁ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଟିମ୍ ସଦସ୍ୟ ଦ୍ଵାରା ସୁରକ୍ଷିତ ଭାବେ ସାପଟିକୁ ଉଦ୍ଧାର କରାଯାଇ ଗାଁ ଠୁ ଦୂର ଜଙ୍ଗଲରେ ଛାଡ଼ି ଦିଆଗଲା। ଟିମ୍ ର ତତ୍ପରତା ଏବଂ ସାହାସ୍ ପାଇଁ ଗାଁ ଲୋକେ ସାଧୁବାଦ ଜଣାଇଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories