www.samajalive.in
Monday, December 8, 2025
24.1 C
Bhubaneswar

ତାଲିବାନ କବ୍‌ଜାରେ ଆମେରିକୀୟ ସାମ୍ବାଦିକ

ନ୍ୟୁୟର୍କ: ଜଣେ ଆମେରିକୀୟ ସାମ୍ବାଦିକ ତଥା ସ୍ବତନ୍ତ୍ର ଚଳଚ୍ଚିତ୍ର ନିର୍ମାତା ଏବଂ ଆଫଗାନିସ୍ତାନ ପ୍ରଯୋଜକଙ୍କୁ ଅଟକ ରଖିଛି ତାଲିବାନ। ନ୍ୟୁୟର୍କ ସ୍ଥିତ ଗଣମାଧ୍ୟମ ୱାଚଡଗ୍‌ର ସୂଚନା ଅନୁଯାୟୀ, ଆମେରିକୀୟ ଚଳଚ୍ଚିତ୍ର ନିର୍ମାତା ଆଇଭର ଶିଅରର ଏବଂ ଆଫଗାନିସ୍ତାନ ପ୍ରଯୋଜକ ଫୈଜୁଲ୍ଲାହ ଫୈଜବଖ୍ସଙ୍କୁ ତାଲିବାନ ଜୋର ଜବରଦସ୍ତ ଅଟକ ରଖିଛି। ଅଗଷ୍ଟ ୧୭ରେ, ସାମ୍ବାଦିକ ଶିଅରର ଏବଂ ଫୈଜବଖ୍ସ ରାଜଧାନୀ କାବୁଲର ଜିଲ୍ଲା ୧୦ର ଶେରପୁର ଅଞ୍ଚଳରେ ଶୁଟିଂ କରୁଥିଲେ। ଉକ୍ତ ସ୍ଥାନରେ ଆମେରିକା ଡ୍ରୋନ୍‌ ଆକ୍ରମଣରେ ଅଲକାଏଦା ନେତା ଅୟମାନ ଅଲ ଜାୱାହିରିର ମୃତ୍ୟୁ ଘଟିଥିଲା। ଖବର ଅନୁଯାୟୀ, ତାଲିବାନ ଉଭୟଙ୍କୁ କୌଣସି ଗୁପ୍ତ ସ୍ଥାନରେ ରଖିଛି।

ଅପରପ​‌କ୍ଷେ,​‌ ଆମେରିକୀୟ ସାମ୍ବାଦିକମାନେ ଏହି ପ୍ରସଙ୍ଗରେ ସାମ୍ବାଦିକମାନଙ୍କ ସୁରକ୍ଷା ନିମନ୍ତେ ଗଠିତ କମିଟି(ସିପିଜେ) ସହିତ କଥା ହୋଇଛନ୍ତି। ଏହାପରେ ନ୍ୟୁୟର୍କର ସ୍ଥିତ ମିଡିଆ ୱାଚଡଗ୍ ଶିଅରର୍ ଏବଂ ଫୈଜବଖ୍ସଙ୍କୁ ମୁକ୍ତ କରିବାକୁ ଦାବି କରିଛି।

- Advertisement -

ସିପିଜେ ଅନୁଯାୟୀ, କିଛି ତାଲିବାନୀ ସୁରକ୍ଷାକର୍ମୀ ତାଙ୍କ ଶୁଟିଂରେ ରୋକ୍ ଲଗାଇଥିଲେ। ତାଙ୍କୁ କାମ ବିଷୟରେ ପ୍ରଶ୍ନ ପଚରା ଯାଇଥିଲା। କାର୍ଯ୍ୟ ଅନୁମତି ଯାଞ୍ଚ କରାଯାଇଥିଲା। ସେମାନଙ୍କର ଆଇଡି କାର୍ଡ, ପାସପୋର୍ଟ ଏବଂ ସେଲ ଫୋନ୍ ମଧ୍ୟ ଯାଞ୍ଚ କରାଯାଇଥିଲା। ତାଲିବାନୀ ସୁରକ୍ଷାକର୍ମୀମାନେ ଆମେରିକା ଗୁପ୍ତଚର ବୋଲି କହି ଶିଅରର ଏବଂ ଫୈଜବଖ୍ସଙ୍କୁ ବନ୍ଦୀ କରିଥିଲେ। ପଚରାଉଚରା ପରେ ସୁରକ୍ଷା ଅଧିକାରୀମାନେ ତାଲିବାନର ଗୁଇନ୍ଦା ବିଭାଗକୁ ଏହି ସୂଚନା ଦେଇଥିଲେ। ଏହାପରେ ୫୦ ସଶସ୍ତ୍ର ଇଣ୍ଟେଲିଜେନ୍ସ ଅପରେଟିଭ୍ ଶିଅରର୍ ଏବଂ ଫୈଜବଖ୍ସଙ୍କ ଆଖିରେ ପଟ୍ଟି ବାନ୍ଧି ତାଙ୍କୁ ନେଇ ଯାଇଥିଲେ।

ସୂଚନା ମୁତାବକ, ଶିଅରର୍ ଫେବୃଆରୀରେ ଏକ ମାସର ଭିସା ନେଇ ଆଫଗାନିସ୍ତାନ ଆସିଥିଲେ। ତାଲିବାନ ବୈଦେଶିକ ମନ୍ତ୍ରଣାଳୟ ତାଙ୍କୁ ଶୁଟିଂ ପାଇଁ କାର୍ଯ୍ୟ ଅନୁମତି ଦେଇଥିଲା। ଗତ ୪୦ ବର୍ଷ ମଧ୍ୟରେ ଆଫଗାନିସ୍ତାନରେ ଘଟିଥିବା ପରିବର୍ତ୍ତନ ଉପରେ ସେ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରୁଥିଲେ। ମାର୍ଚ୍ଚ ମାସରେ ତାଙ୍କୁ ଏକ ବର୍ଷର କାର୍ଯ୍ୟ ଅନୁମତି ଦିଆଯାଇଥିଲା। ତାଙ୍କର ଭିସା ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଗିରଫ କରିବା ପୂର୍ବରୁ ତାଲିବାନ ଗୁଇନ୍ଦା ବିଭାଗ ଶିଅରରଙ୍କୁ ଅନେକ ଥର ସମନ କରିଥିଲା। ସେ ପ୍ରଥମରୁ ଶିଅରରଙ୍କୁ ସନ୍ଦେହ କରୁଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories