www.samajalive.in
Wednesday, December 10, 2025
26.1 C
Bhubaneswar

ଗୋଲପାରାରୁ ୨ ସନ୍ଦିଗ୍ଧ ଆତଙ୍କୀ ଗିରଫ; ଅଲ୍‌କାଏଦା ସଦସ୍ୟ ଥିବା ମିଳିଲା ପ୍ରମାଣ

ଗୌହ୍ବାଟି: ଆସାମ ପୁଲିସକୁ ମିଳିଛି ବଡ଼ ସଫଳତା। ଶନିବାର ରାତିରେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ଦୁଇ ସନ୍ଦିଗ୍ଧ ଅଲ-କାଏଦା ଇଣ୍ଡିଆନ୍ ସବକଣ୍ଟିନେଣ୍ଟ୍(ଏକ୍ୟୁଆଇଏସ) ଏବଂ ଅନସାରୁଲ୍ଲାହ ବାଙ୍ଗ୍‌ଲା ଟିମ୍‌(ଏବିଟି) ସହି ଜଡ଼ିତ ଥିବା ପ୍ରମାଣ ମିଳିଛି। ଉଭୟଙ୍କୁ ଗୋଲପାରା ଜିଲାରୁ ଗିରଫ କରାଯାଇଛି ଏବଂ ପଚରାଉଚରା ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି।

ଗୋଲପାରା ଏସପି ଭିଭି ରାକେଶ ରେଡ୍ଡୀ କହିଛନ୍ତି ଯେ, ଉଭୟ ସନ୍ଦିଗ୍ଧଙ୍କର ଆତଙ୍କବାଦୀ ସଂଗଠନ ସହ ପ୍ରତ୍ୟକ୍ଷ ସମ୍ପର୍କ ରହିଛି। ଘର ଖୋଜାଖୋଜି ବେଳେ ଅଲ-କାଏଦା ସହ ତାଙ୍କର ସମ୍ପର୍କ ଥିବା ପ୍ରମାଣ ମିଳିଛି। ଏଥିସହ ଧର୍ମଯୁଦ୍ଧ ସହ ଜଡ଼ିତ କିଛି ଜିନିଷ, ପୋଷ୍ଟର ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ସେମାନଙ୍କ ମୋବାଇଲ ଫୋନ, ସିମ୍‌ କାର୍ଡ ଓ ଆଇଡି କାର୍ଡକୁ ଜବତ କରାଯାଇଛି। ଅଧିକାରୀଙ୍କ କହିବାନୁଯାୟୀ, ଉଭୟ ଅଭିଯୁକ୍ତ ବାଂଲାଦେଶରୁ ଆସିଥିବା ଜିହାଦୀ ଆତଙ୍କବାଦୀଙ୍କୁ ରାସନ ପ୍ରଦାନ କରିଥିଲେ। ଏହା ବ୍ୟତୀତ ତାଙ୍କୁ ଆଶ୍ରୟ ମଧ୍ୟ ଦେଇଥିଲେ। ପଚରାଉଚରା ସମୟରେ ସେମାନେ ଏକ୍ୟୁଆଇଏସର ସଦସ୍ୟ ବୋଲି ସ୍ୱୀକାର କରିଛନ୍ତି।

- Advertisement -

 

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories