www.samajalive.in
Monday, December 8, 2025
13.1 C
Bhubaneswar

ରେଳ ଧାରଣା ଉପରେ ଗଛ ପଡିବାରୁ ଭୁବନେଶ୍ବର ସୁପରଫାଷ୍ଟ ଟ୍ରେନ ଚାରି ଘଣ୍ଟା ଅଟକିଲା

ବାରିପଦା : ଗତ ରାତିରେ ପ୍ରବଳ ବର୍ଷା ସହ ପବନ ଯୋଗୁଁ ଆଜି ଭୋର ୪ ଟା ୧୦ ସମୟରେ ବାରିପଦା ରେଳ ଷ୍ଟେସନ ନିକଟ ରେଳ ଧାରଣା ଉପରେ ଏକ ବିରାଟ ଗଛ ଭାଙ୍ଗି ପଡିବା ଯୋଗୁଁ ରେଳ ଚଳାଚଳ ଦୀର୍ଘ ୪ ଘଣ୍ଟା ଧରି ବାଧା ପ୍ରାପ୍ତ ହୋଇଥିଲା ।  ଭାଙ୍ଗି ଥିବା ଗଛ ରେଳ ଚଳାଚଳ ପାଇଁ ଥିବା ବିଦ୍ୟୁତ ତାରକୁ ଛିଣ୍ଡାଇ ଥିବାରୁ ରେଳ ଚଳାଚଳ ହୋଇ ପାରି ନ ଥିଲା । ରେଳ ଧାରଣା ଉପରେ ପଡିଥିବା ଗଛକୁ କାଟି ସଫା କରାଯିବା ସହିତ ଛିଣ୍ଡି ଥିବା ବିଦ୍ୟୁତ ତାରକୁ ସଂଯୋଗ କରାଯିବା ପାଇଁ ଚାରି ଘଣ୍ଟା ସମୟ ଲାଗିଥିଲା । ଫଳରେ ବାଙ୍ଗିରିପୋଷି ଭୁବନେଶ୍ବର ସୁପର ଫାଷ୍ଟ ଟ୍ରେନ (ନମ୍ବର୧୨୮୯୧)ଟି ବାଙ୍ଗିରିପୋଷି ଠାରୁ ଭୋର ୪ ଟା୨୦ ସମୟ ପରିବର୍ତ୍ତେ ୪ ଘଣ୍ଟା ବିଳମ୍ବ ଅର୍ଥାତ ପୂର୍ବାହ୍ନ ୮ଟା୨୭ ସମୟରେ ଛାଡି ଥିଲା  । ବାରିପଦା ଦେଇ ଭୋର ୫.୧୫ ପରିବର୍ତ୍ତେ ପୂର୍ବାହ୍ନ ୯ ଟା୨୨ ସମୟରେ ଯାଇଥିଲା ।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories