www.samajalive.in
Sunday, December 7, 2025
15.1 C
Bhubaneswar

ରାଧାକୃଷ୍ଣ ଫୁଟବଲ, ଆମ୍ବୁଆପଡ଼ା ଚାମ୍ପିଅନ 

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଚାକୁଣ୍ଡାପାଳ ପଞ୍ଚାୟତ ଶରଧାପୁର ଖେଳ ପଡ଼ିଆରେ ରାଧାକୃଷ୍ଣ ଯୁବକ ସଙ୍ଘ ଜଡ଼ିଚାତର ପକ୍ଷରୁ ଅନୁଷ୍ଠିତ ବାର୍ଷିକ ଫୁଟବଲ ପ୍ରତିଯୋଗିତାରେ ଆମ୍ବୁଆପଡ଼ା ଚମ୍ପିୟାନ ହୋଇଛି । ଗୋଜାପଥର ଓ ଆମ୍ବୁଆପଡ଼ା ମଧ୍ୟରେ ଚୂଡାନ୍ତ ଖେଳ ଅନୁଷ୍ଠିତ ହୋଇଥିଲା । ତେବେ ପେନାଲ୍ଟି ସୁଟ ଆଉଟରେ ୨-୧ ଗୋଲରେ ଗୋଜାପଥର ପରାସ୍ତ ହୋଇଛି। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ସମ୍ମାନିତ ଅତିଥି ଭାବେ ୨୧ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ କୁମାର ନାଏକ, ବ୍ଲକ ବିଜେଡି ସଭାପତି ମାଧବନନ୍ଦ ପୃଷ୍ଟି , ଚାକୁଣ୍ଡାପାଳ ସରପଞ୍ଚ ଲିନା ନାଏକ, ସମିତି ସଭ୍ୟ ଉତ୍ତମ କୁମାର ବେହେରା, ଓଡ଼ିଶା କୁଡୁମି ସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ ଓ ଯୁବ ବିଜେଡିର ସୌମ୍ୟରଞ୍ଜନ ରାଉତ ପ୍ରମୁଖ ଯୋଗ ଦେଇ ବିଜେତା, ଉପବିଜେତା ଓ କୃତୀ ଖେଳାଳି ମାନଙ୍କୁ ପୁରସ୍କାର ବିତରଣ କରିଥିଲେ l ଯୁବକ ସଂଘର ସଭାପତି ଜଗନ୍ନାଥ ନାଏକ, ସର୍ବଶ୍ରି ଚକ୍ରଧର, ବସନ୍ତ, ଭୋଳା, ତପନ, ମନମୋହନ, ପାପୁନ ଓ ଅଜୟଙ୍କ ଦ୍ଵାରା ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories