MEllora 950×100

ବନ୍ୟା ପାଇଁ ସ୍ଥଗିତ ରହିଲା ଏଏସଓ ପରୀକ୍ଷା

ଭୁବନେଶ୍ୱର : ଘୁଞ୍ଚିଲା ଏଏସଓ ଲିଖିତ ପରୀକ୍ଷା। ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷା ସହ ଉପୁଜିଥିବା ଜଟିଳ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ୨୧.୦୮.୨୦୨୨ ତାରିଖ ( ରବିବାର) ହେବାକୁ ଥିବା ଏ.ଏସ.ଓ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ରବିବାର ନିର୍ଦ୍ଧାରିତ ଏଏସଓ ଲିଖିତ ପରୀକ୍ଷାକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପରୀକ୍ଷା ନେଇ ପରିବର୍ତ୍ତିତ କାର୍ଯ୍ୟସୂଚୀ ବିଜ୍ଞପ୍ତି ମାଧ୍ୟମରେ ସଭିଁଙ୍କୁ ଜଣାଯିବ। ଏନେଇ ଆଜି ଲୋକ ସେବା ଆୟୋଗ ପକ୍ଷରୁ ସୂଚନା ମିଳିଛି।

Comments are closed.