www.samajalive.in
Sunday, December 7, 2025
13.1 C
Bhubaneswar

ସମାଜ ପ୍ରଭାବ ; ରେଳ କର୍ମଚାରୀଙ୍କ ପାଇଁ ପାନୀୟ ଜଳ ଓ ଶୌଚାଳୟ ବ୍ୟବସ୍ଥା

ରେଙ୍ଗାଲିକ୍ୟାମ୍ପ : ଅତାବିରା ପାହାର  ଶ୍ରିଗୀଡା ରାସ୍ତାରେ ରହିଛି ସମ୍ବଲପୁର ଡିଭିଜନ ଅଧିନସ୍ଥ ଇଷ୍ଟ କୋଷ୍ଟ ରେଲୱେ ର ସିଗ୍ନାଲ ରୁମ୍ । ଚାରି ବର୍ଷ ପୂର୍ବେ ଯେତେବେଳେ ଦୁଇ ଥ।କିଆ ରେଳ ରାସ୍ତାର ନିର୍ମାଣ କରାଯାଇଥିଲା ,ସେହି ସମୟରେ ଏହି ସିଗ୍ନାଲ ରୁମ୍ ନିର୍ମିତ ହୋଇଥିଲା । ଏହି ସିଗ୍ନାଲ ରୁମ୍ ରେ ସିଗ୍ନାଲ ପାଇଁ ଦୁଇ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ଜଣକୁ ଦିନକୁ ବାର ଘଣ୍ଟା ଲେଖାଏଁ କାମ ପଡ଼ିଥାଏ ।ଏହି ବାର ଘଣ୍ଟା ମଧ୍ୟରେ ମଣିଷର ଅନେକ ପ୍ରକାର ଦିନ ଚର୍ୟ୍ୟା ରହିଛି । ଏହି ସିଗ୍ନାଲ ରୁମ କୁ ଲାଗି ଖୋଲା ହୋଇଥିଲା ଗୋଟିଏ ନଳକୂଅ । ସେହି ନଳକୂଅରେ ନାଲି ରଙ୍ଗର ମାଟି ପାଣି ବାହାରିଥିଲା ।ତେଣୁ ତାହା ଦୀର୍ଘ ଦିନ ହେଲା ଅଚଳ ଅବସ୍ଥାରେ ପଡ଼ି ରହିଥିଲା। କର୍ମଚାରୀ ମାନେ ନିଜ ଘରୁ ବୋତଲରେ ପାଣି ଭରି ଆଣୁଥିଲେ ପିଇବା ପାଇଁ ।
ପ୍ରବଳ ଗ୍ରୀଷ୍ମରେ ଲୋକେ ପାଣି ପାଇଁ ହାହାକାର ହେଉଥିଲେ ।
ବର୍ତ୍ତମାନ ପରିସ୍ଥିତିରେ ପ୍ରତି ଘରେ,ପ୍ରତି କାର୍ୟ୍ୟାଳୟ , ପ୍ରତି ରେଳ ଷ୍ଟେସନ,ପ୍ରତି ବସ୍ ଷ୍ଟାଣ୍ଡ ଏପରିକି ରାସ୍ତା କଡ଼ରେ ମଧ୍ୟ ସରକାର ଲୋକଙ୍କ ପାଇଁ ଶୌଚାଳୟ ନିର୍ମାଣ କରୁଛନ୍ତି । ପ୍ରତି ଶୌଚାଳୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଉଛି । କିନ୍ତୁ ଏଠିକାର ଦୃଶ୍ୟ ସବୁ ଓଲଟା । ଏହି ସିଗ୍ନାଲ ରୁମ୍ ଭିତରେ ଶୌଚାଳୟଟିଏ ରହିଥିଲା ସତ ,କିନ୍ତୁ ତାହା କାମକୁ ଆସୁ ନଥିଲା। ଏହି ଶୌଚାଳୟକୁ ଜଳ ସଂଯୋଗ ହୋଇ ନଥିଲା । ଏପଟେ ବାହାରେ ଥିବା ନଳକୂଅଟି ମଧ୍ୟ ଅଚଳ । ତେଣୁ ଶୌଚାଳୟରେ ଝୁଲୁଥିଲା ତାଲ।।
ଏଠି କାର୍ଯ୍ୟରତ ଥିବା କର୍ମଚାରୀ ମାନେ ତାଙ୍କର ୧୨ ଘଣ୍ଟା ସମୟ ମଧ୍ୟରେ ଯଦି କେବେ କାହାର ଶୌଚାଳୟ ଯିବାର ଆବଶ୍ୟକତା ପଡ଼େ ତେବେ ନାହିଁ ନା ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ପାଣି ଅଭାବରୁ ବାହାରକୁ ଶୌଚ ପାଇଁ ଯିବାକୁ ପଡୁଥିଲା । ରେଳ ଆସିବାର ଖବର ମାତ୍ର ୫/୧୦ ମିନିଟ ପୂର୍ବରୁ ପହଞ୍ଚିଥାଏ ଗେଟ ପକେଇବା ପାଇଁ । ସବୁଠାରୁ ବଡ଼ ଅସୁବିଧା ହେଲା , ଶୌଚ ପାଇଁ ଅତି କମରେ ଶହେ ଦୁଇଶହ ମିଟର ଯିବାକୁ ପଡୁଥିଲା। ଯଦି ଏହି ସମୟରେ ରେଳ ଆସିବାର ସୂଚନା ଆସେ ତେବେ ,ପରିସ୍ଥିତି ବଡ ଅଡ଼ୁଆ । ଏପଟେ ଗେଟ ନ ପଡ଼ିଲେ ଦୁର୍ଘଟଣା ଘଟିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ,ଆଉ ଅନ୍ୟ ପଟରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ଗାଳି ବର୍ଷା ହେବା ସହ ଚାକିରି ପ୍ରତି ମଧ୍ୟ ବିପଦ ରହୁଛି ।
ତେବେ ଏମିତି ପରିସ୍ଥିତିରେ ମଣିଷ ଏଠି କାମ କରିବା ବଡ଼ ମୁସ୍କିଲ ହୋଇପଡ଼ିଥିଲା। ଏମିତି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଏହି କର୍ମଚାରୀ ମାନେ ତାଙ୍କ ଦାୟିତ୍ଵ କୁ ନିର୍ଭୁଲ ଭାବରେ ତୁଲାଇ ଚାଲିଥିବା ଦେଖିବାକୁ ମିଳିଛି । ବିଭାଗୀୟ ମୁଖ୍ୟ ଅଧିକାରୀ ଯଥା ଡି ଟି ଆଇ , ସୁରକ୍ଷା ଅଧିକାରୀ , ବିଭାଗୀୟ ଯନ୍ତ୍ରୀ , ଏ ଡି ଇ ଏମ୍ ,ପି ଦବ୍ଲୁ ଆଇ ଓ ଆଉ ଓ ଡବ୍ଲୁ ମାନେ ଏହି ସମସ୍ୟା କୁ ଦେଖି ରିପୋର୍ଟ ଲେଖି ଚାଲିଯାଉଥିଲେ । କିନ୍ତୁ କିଛି ସୁବିଧା କରୁନଥିଲେ । ଗତ ୨୨ ଜୁଲାଇ ରେଏହି ସବୁ ସମସ୍ୟା ସମାଜ ଖବର କାଗଜରେ ପ୍ରକାଶିତ ହେବା ପରେ କର୍ତ୍ତୃପକ୍ଷ ମାନେ ତତ୍ପରତା ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।ବର୍ତ୍ତମାନ ଏହି ସିଗ୍ନାଲ ରୁମ୍ ରେ ପାନୀୟ ଜଳର ବ୍ୟବସ୍ଥା ସହ ଶୌଚାଳୟକୁ ମଧ୍ୟ ଜଳ ସଂଯୋଗ ବ୍ୟବସ୍ଥା କରାଯାଇଛି । ସିଣ୍ଟେକ୍ସ ଟ୍ୟାଙ୍କି ବସାଇ ଜଳ ପରିବହନ ବ୍ୟବସ୍ଥା କରାଯାଇଛି । ଏ ନେଇ ଏଠାରେ କାମ କରୁଥିବା କର୍ମଚାରୀ ମାନେ ଆଶ୍ୱସ୍ତି ଲାଭ କରିବା ସହ ଖୁସି ପ୍ରକାଶ କରିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories