www.samajalive.in
Tuesday, December 9, 2025
16.1 C
Bhubaneswar

ପୁଲିସ ଛାଉଣୀରେ ସ୍ୱାଭିମାନ ଅଞ୍ଚଳ

ମାଲକାନଗିରି: ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ ଉଦ୍‍ଘାଟନ ପରେ ଚିତ୍ରକୋଣ୍ଡାର ବିଚ୍ଛିନ୍ନାଞ୍ଚଳବାସୀ ନୂଆ ଜୀବନର ସ୍ୱପ୍ନ ଦେଖିଥିଲେ। ଏଣିକି ବିଚ୍ଛିନ୍ନାଞ୍ଚଳ ସ୍ୱାଭିମାନ ଅଞ୍ଚଳ ଭାବେ ନୂଆ ପରିଚୟ ପାଇଲା ବୋଲି ଗୁରୁପ୍ରିୟା ସେତୁ ଉଦ୍‍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ୧୦୦ କୋଟି ଟଙ୍କାର ପ୍ୟାକେଜ୍‍ ଘୋଷଣା ପରେ ସ୍ୱାଭିମାନ ଅଞ୍ଚଳରେ ବିକାଶର ନୂଆ ଆଶା ଓ ସମ୍ଭାବନା ସୃଷ୍ଟି ହୋଇଥିଲା। କିନ୍ତୁ ଏବେ ସ୍ୱାଭିମାନ ଅଞ୍ଚଳବାସୀ ଯୁଦ୍ଧ ଓ ଆତଙ୍କର ଘନଘଟା ଭିତରେ କାଳାତିପାତ କରୁଛନ୍ତି।


ଗୁରୁପ୍ରିୟା ସେତୁକୁ ବିରୋଧ କରୁଥିବା ନକ୍ସଲ୍‍ମାନେ ସ୍ୱାଭିମାନ ଓ ଆଖପାଖ ଜଙ୍ଗଲରେ ମେଳି ବାନ୍ଧିଛନ୍ତି। ଏକ ବଡ଼ ଧରଣର ଆକ୍ରମଣ ପାଇଁ ସେମାନେ ଯୋଜନା କରୁଥିବା ଖବର ପାଇବା ପରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ପୁଲିସ ପକ୍ଷରୁ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି। ଉଭୟ ପଟୁ ଷଣ୍ଢୁଆସୀ ଆକ୍ରମଣରେ ବ୍ୟତିବସ୍ତ ହୋଇ ନକ୍ସଲମାନେ ପୁଲିସ ଉପରକୁ ଗୁଳି ଚାଳନା କରୁଥିବା ବେଳେ ପୁଲିସର ପାଲଟା ଗୁଳିରେ ଗତ ଦୁଇ ଦିନ ମଧ୍ୟରେ ଦୁଇ ଦୁର୍ଦ୍ଦାନ୍ତ ନକ୍ସଲ କ୍ୟାଡରର ମୃତ୍ୟୁ ଘଟିଛି। ଶନିବାର ଦିନ ମଧ୍ୟ କୁମ୍ବିଂ ଅପରେସନ୍‍ରେ ଏକ ବଡ଼ ଧରଣର ସଫଳତା ମିଳିଛି।

- Advertisement -

ଆନ୍ଧ୍ରପ୍ରଦେଶ ଗ୍ରେହାଉଣ୍ଡ ଯବାନ୍‍ ଓ ଓଡ଼ିଶା ପୁଲିସର ଏସ୍‍ଓଜି ଯବାନ୍‍ଙ୍କ ମିଳିତ କୁମ୍ବିଂ ଅପରେସନ୍‍ରେ ଆଜି ଚାରି ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା କ୍ୟାଡର ଥିବା ଜଣାପଡ଼ିଛି। ଗିରଫ ନକ୍ସଲମାନେ ହେଲେ ଜୟନ୍ତୀ ଓରଫ ଅଞ୍ଜନା, ଗୋଲରି ରାଧିକା, ସୁମା ଓରଫ ଗୀତା ଓ ରାଜେଶ ଖୋରା। ଏମାନେ ସମସ୍ତେ ମାଲକାନଗିରି-କୋରାପୁଟ୍‍ ମାଓ ଡିଭିଜନ୍‍ର ବୋଲି ପୁଲିସ କହିଛି। ଗତ କାଲି ମୃତ ମହିଳା ନକ୍ସଲ୍‍ କ୍ୟାଡ୍‍ର ମୀନା ଓରଫ ନିଦିଗିନ୍ଦା ପ୍ରମିଳା ଆଞ୍ଚଳିକ ନକ୍ସଲ କମିଟି ସଚିବ ଉଦୟର ପତ୍ନୀ। କୁମ୍ବିଂ ବେଳେ କେତେକ ଦୁର୍ଦ୍ଦାନ୍ତ ନକ୍ସଲ କ୍ୟାଡର ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି। ତେବେ ସାଧାରଣ ନାଗରିକଙ୍କ ଉପରେ କମ୍ବିଂ ଅପରେସନ୍‍ର ପ୍ରଭାବ ପଡ଼ିବ ନାହିଁ ବୋଲି ମାଲକାନଗିରି ଏସ୍‍ ପି ଜଗମୋହନ ମୀନା ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories