www.samajalive.in
Tuesday, December 9, 2025
16.1 C
Bhubaneswar

ମାଉଣ୍ଟ ଗୁରଜାରେ ତୁୂଷାରପାତ; ୪ସେରପା ୫ଦକ୍ଷିଣକୋରିଆ ପର୍ଯ୍ୟଟକ ମୃତ

କାଠମାଣ୍ଡୁ: ନେପାଳ ମାଉଣ୍ଟ ଗୁରଜାରେ ତୁଷାରପାତ ହେତୁ ୯ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରୁ ୫ଜଣ ଦକ୍ଷିଣ କୋରିଆ ପର୍ଯ୍ୟଟକ ରହିଥିବାବେଳେ ୪ଜଣ ନେପାଳୀ ସେରପା(ଗାଇଡ) ଅଛନ୍ତି। ୭ଅକ୍ଟୋବରରେ ୯ଜଣିଆ ଦଳ ପାହାଡ଼ରେ ଚଢିବା ଆରମ୍ଭ କରିଥିବାବେଳେ ଶୁକ୍ରବାର ୩୫୦୦ମିଟର ଉଚ୍ଚତାରେ ଏହି ଦୁର୍ଘଟଣା ଘଟିଥିଲା। ହଠାତ୍‍ ପାଣିପାଗ ଖରାପ ହେବାରୁ ୯ଜଣିଆ ଏହି ଦଳକୁ ୩୫୦୦ମିଟର ଉଚ୍ଚତାରେ କ୍ୟାମ୍ପ କରି ରହିବାକୁ ପଡ଼ିଥିଲା। ଥଣ୍ଡା ପବନ ସହ ବରଫ ଝଡ଼ରେ ଏହି କ୍ୟାମ୍ପ ଧୂଳିସାତ୍‍ ହୋଇଯାଇ ଥିଲା। ମାଉଣ୍ଟ ଗୁରଜାର ଶୀର୍ଷରେ ପହଞ୍ôଚବାକୁ ସେମାନଙ୍କୁ ଆହୁରି ୩୭୦୦ମିଟର ଅତିକ୍ରମ କରିବାକୁ ପଡ଼ିଥାନ୍ତା। ମୃତକଙ୍କୁ ଫେରାଇ ଆଣିବାକୁ ରେସକ୍ୟୁ ହେଲିକପ୍ଟର ପ୍ରେରଣ କରାଯାଇଛି। ମୃତକଙ୍କ ମଧ୍ୟରେ ଦକ୍ଷିଣ କୋରିଆ ନିବାସୀ କିମ ଚାଙ୍ଗ ହୋ ଅନ୍ୟତମ। କିମ୍‍ ପୂର୍ବରୁ ବିନା ଅମ୍ଳଜାନ ଗ୍ୟାସ ସହାୟତାରେ ୮୦୦୦ମିଟରରୁ ଉଚ୍ଚ ୧୪ଟି ଶିଖର ଅତିକ୍ରମ କରିବାର ରେକର୍ଡ଼ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories