www.samajalive.in
Wednesday, December 10, 2025
26.1 C
Bhubaneswar

ନିୟମିତ ଖାଦ୍ୟରେ ସାମିଲ କରନ୍ତୁ ଏହି ଜିନିଷ

ବର୍ଷାଦିନେ ସଂକ୍ରମଣର ଅଧିକ ସମ୍ଭାବନା ରହିଥାଏ। ତେଣୁ ଏହି ସମୟରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ସହ ପାଚନ ତନ୍ତ୍ର ସୁସ୍ଥ ରହିବା ଆବଶ୍ୟକ। ଏଥିପାଇଁ ରୋଷେଇ ଘରେ ଥିବା କିଛି ଜିନିଷ ଯାହା ଖାଦ୍ୟର ସ୍ୱାଦକୁ ବୃଦ୍ଧି କରିବା ସହ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭକାରୀ ହୋଇଥାଏ। ଜାଣନ୍ତୁ..
ଶରୀରରେ କୌଣସି ସ୍ଥାନରେ ଯନ୍ତ୍ରଣା,ପେଟରେ ଯନ୍ତ୍ରଣା ଭଳି ସମସ୍ୟାକୁ ଦୂର ସହ ଅଦା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହାକୁ ଚା’ରେ ବ୍ୟବହାର କରି ମଧ୍ୟ ପିଇପାରିବେ। ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି, ଥଣ୍ଡାକାଶକୁ ଦୂର ପାଇଁ ୧ ଚାମଚ ଅଦା ଗୁଣ୍ଡ,ଅଳ୍ପ ହଳଦୀ ଗୁଣ୍ଡ ଓ ମହୁ ମିଶାଇ ପିଅନ୍ତୁ।
ଗୁଆ ଘିଅ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରାଯାଇଥାଏ। ଏହାସହ ଦେଶୀ ଘିଅ ସେବନ ଦ୍ୱାରା ମାଂସପେଶୀକୁ ମଜଭୂତ କରିବା ସହ,ସ୍ମରଣ ଶକ୍ତି,ତ୍ୱଚାର ଚମକ,କେଶ,ରୋଗପ୍ରତିରୋଧ ଶକ୍ତି ବୃଦ୍ଧି ହୋଇଥାଏ।
ପୁଦିନାପତ୍ର ସମସ୍ତ ସମୟରେ ସେବନ କରିପାରିବେ। ଏହା ଥଣ୍ଡା, ଏସିଡିଟି, ବଦହଜମି, ବ୍ରଣ, କୋଷ୍ଠକାଠିନ୍ୟ ଆଦି ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ। ଏଥିପାଇଁ ଆପଣ ବାସ ୧ କପ ପୁଦିନା ଚା’ ପିଅନ୍ତୁ। ଅଳ୍ପ କିଛି ପାଣିରେ ପୁଦିନାପତ୍ର ପକାଇ ଗ୍ୟାସରେ ବସାଇ ଏହାକୁ ଫୁଟାନ୍ତୁ। କିଛି ସମୟ ପରେ ଏହାକୁ ଛାଣି ଦିଅନ୍ତୁ। ଏହାସହ ଏହାକୁ ପିଇବା ଦ୍ୱାରା ମନ ଶାନ୍ତ, ଚିନ୍ତା ଦୂର, ଶରୀରକୁ ଶକ୍ତି ମିଳିଥାଏ।

 

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories