www.samajalive.in
Tuesday, December 9, 2025
17.1 C
Bhubaneswar

ପାହାଡ ଧସି ୧୨ ମୃତ, ୪ ନିଖୋଜ

ଗଜପତି: ଗଜପତି ଜିଲା ରାୟଗଡ଼ ବ୍ଲକ୍ ଗଙ୍ଗାବାଡ଼ ପଞ୍ଚାୟତର ବାରିଘର ଗ୍ରାମରେ ବର୍ଷା ଯୋଗୁଁ ଏକ ବଡ଼ ଧରଣର ଅଘଟଣ ଘଟିଛି। ଶୁକ୍ରବାର ପାହାଡ଼ ଧସିବା ଫଳରେ ୧୨ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ଜଣ ଶିଶୁ ଥିବା ସୂଚନା ମିଳିଛି। ଅନ୍ୟ ୪ଜଣ ନିଖୋଜ ଅଛନ୍ତି।
ମୃତ ବ୍ୟକ୍ତି ମାନେ ହେଲେ ଦଣ୍ଡପାଣି ଭୂୟାଁ, ସୁମିତ୍ରା ଭୂୟାଁ, ସୋମନାଥ କାଥରେନ୍, ଜଗନ କାଠି, ମୀନାକ୍ଷୀ ଶବର, ଦିଲି ଶବର, ଗଙ୍ଗାଧର ବେହେରା, ଦିନେଶ ଭୂୟାଁ, ଲାଲୁ ବେହେରା, ଜୟଚନ୍ଦ୍ର ଭୁଟାନ, ସୁରମତୀ ଜାନି, ଚମ୍ପା ଭୁଟାନ। ୪ ଜଣ ନିଖୋଜମାନେ ହେଲେ କଟି ଭୂୟାଁ, ବାସନ୍ତୀ ଭୂୟାଁ, ବାସୁମତି ଭୂୟାଁ ଓ ବିଶମ୍ବର ଶବର।
ସୂଚନା ଅନୁଯାୟୀ, ତିତଲି ପ୍ରଭାବରେ ହେଉଥିବା ବର୍ଷାରୁ ରକ୍ଷା ପାଇବା ପାଇଁ ସମସ୍ତେ ଏକ ପାହାଡ ତଳେ ଆଶ୍ରୟ ନେଇଥିବା ବେଳେ ଅଘଟଣ ଘଟିଥିଲା। ପ୍ରବଳ ବର୍ଷା ଯୋଗୁଁ ପାହାଡ ଧସିଯିବାରୁ ଏହାର ଅତି ନିକଟରେ ଥିବା ବାରିଘର ସମେତ ଅନ୍ୟ କିଛି ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମୃତକଙ୍କ ପୋଷ୍ଟମର୍ଟମ ପରେ ସେମାନଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ଏସ୍ଆରସି ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories