www.samajalive.in
Monday, December 8, 2025
17.1 C
Bhubaneswar

ରତ୍ନଭଣ୍ଡାର ଚାବି ହଜିବା ମାମଲା: ୧୫ରେ ଯୁକ୍ତି ଉପସ୍ଥାପନ

କଟକ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାର ଯୁକ୍ତି ଉପସ୍ଥାପନା ବିଚାର ବିଭାଗୀୟ ତଦନ୍ତ କମିଶନରେ ଆସନ୍ତା ୧୫ ତାରିଖରେ କରାଯିବ। ଏଥିପାଇଁ ସରକାରୀ ଓକିଲ ଅଯୋଧ୍ୟା ରଞ୍ଜନ ଦାଶ ମହଲତ ଲୋଡିଛନ୍ତି। ପୂର୍ବ ନିର୍ଦ୍ଦେଶ ମୁତାବକ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶୁକ୍ରବାର କେହି ହାଜର ହୋଇନ ଥିବାରୁ ତଦନ୍ତ କମିସନ ଜଷ୍ଟିସ ରଘୁବୀର ଦାଶ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୫ ତାରିଖରେ କରିବାକୁ ଦିନଧାର୍ଯ୍ୟ କରିଛନ୍ତି।
କମିସନଙ୍କ ସଚିବ କାଶୀନାଥ ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ, ଗତ ୨୯ତାରିଖରେ ଶ୍ରୀମନ୍ଦିର ପ୍ରଶାସନର ୨ଜଣ ପୂର୍ବତନ ପ୍ରଶାସକ କାଳୀ କୁମାର ରଥ ଓ ରବିନ୍ଦ୍ର ନାରାୟଣ ମିଶ୍ରଙ୍କ ବୟାନ ରେକର୍ଡ କରାଯାଇଥିଲା। ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୁକ୍ତି ଉପସ୍ଥାପନା ପାଇଁ ଶୁକ୍ରବାର କମିସନ ଧାର୍ଯ୍ୟ କରିଥିଲେ। ତେବେ କମିସନଙ୍କ ନିକଟରେ ଅଦ୍ୟାବଧି ୧୦ଟି ସତ୍ୟପାଠ ଦାଖଲ ହୋଇଛି। ଏହି ସତ୍ୟପାଠ ଗୁଡ଼ିକର ତର୍ଜମା ଚାଲିଛି। ଅଗଷ୍ଟ ୨୯ରେ ପୁରୀ ଜିଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ଅତିରିକ୍ତ ସତ୍ୟପାଠ ଦାଖଲ ହୋଇଥିବାବେଳେ ଆଇନ ବିଭାଗ ସଚିବ, ନୀତି ପ୍ରଶାସକ ଓ ପୁରୀ ଟ୍ରେଜେରୀ ଅଫିସରଙ୍କ ପକ୍ଷରୁ ନୂଆ ସତ୍ୟପାଠ ଦାଖଲ କରାଯାଇଥିଲା। ସୂଚନାଯୋଗ୍ୟ ଚାବି ହଜିବା ପ୍ରସଙ୍ଗରେ ବିଚାର ବିଭାଗୀୟ ତଦନ୍ତ ପାଇଁ ରାଜ୍ୟ ସରକାର ଗତ ଜୁନ ମାସ ୬ତାରିଖରେ ଘୋଷଣା କରିବା ପରେ ଜୁନ ମାସ ୮ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories