ସୁଆଣ୍ଡୋ : ପୁରୀ ଜିଲାର ସତ୍ୟବାଦୀ ବ୍ଲକ ଅଧୀନ ପରଜାପଡା ପଞ୍ଚାୟତ ଅନ୍ତର୍ଗତ କଳାପାହାଡ ଗ୍ରାମରେ ସାପ କାମୁଡାରେ ରମେଶ ବେହେରା (୧୪)ଙ୍କର ମତ୍ୟୁ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ରମେଶ ନିଜ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡି ଦେଇଥିଲା । ପ୍ରବଳ ବର୍ଷା ଯୋଗୁ ମୋବାଇଲ ନେଟୱାର୍କ ନଥିଲା । ବହୁ ବିଳମ୍ବରେ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । ରାତି ୨.୪୫ମିନିଟରେ ୧୦୮ ଆମ୍ବୁଲାନ୍ସ ଯୋଗେ ପୁରୀ ମେଡିକାଲରେ ପହଞ୍ଚିବାରୁ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
Popular Categories



