www.samajalive.in
Tuesday, December 9, 2025
17.1 C
Bhubaneswar

ଲାଞ୍ଜିଗଡ଼ରେ ହାତୀ ଉପଦ୍ରବ; ଟାଙ୍ଗନକଣା ନର୍ସରୀର ୬ ହଜାର ଚାରା ନଷ୍ଟ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳରେ ଦୀର୍ଘଦିନ ହେଲା ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ବିଳମ୍ବିତ ରାତିରେ ଏକ ୧୪ ଟିକିଆ ହାତୀପଲ ଲାଞ୍ଜିଗଡ଼଼ ବନ ବିଭାଗର ଅଧୀନରେ ଥିବା ଚାରା ପ୍ରସ୍ତୁତି କେନ୍ଦ୍ର(ନର୍ସରୀ)ର ୬ ହଜାର ବିଭିନ୍ନ କିଶମର ଚାରାକୁ ମାଡି ଚକଟି ନଷ୍ଟ କରିଛନ୍ତି।

ସୂଚନା ମୁତାବକ, ଗତ ଶନିବାର ରାତିରେ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼ ବନ ବିଭାଗ ଅଧୀନରେ ଥିବା ଲାଞ୍ଜିଗଡ଼଼ ପଞ୍ଚାୟତର ଗୋଇପଟା ଗାଁର ଚାଷୀ ଅଚୁତ ମାଝୀ ଧାନ ଚାଷ ପାଇଁ ୧ କ୍ୱିଣ୍ଟାଲ ୫୦ କେଜି ବିହନ ଆଣି ପଲ୍ଲା ପକାଇଥିଲେ। ଆସନ୍ତା ବୁଧବାର ଦିନ ଜମିରେ ଧାନ ଲଗାଇବାର ଥିଲା। କିନ୍ତୁ ଗତ ଶନିବାର ରାତିରେ ନିକଟସ୍ଥ ରାହୁଳ ଝିମିରି ଜଙ୍ଗଲରୁ ୧୪ ଟିକିଆ ବଣୁଆ ହାତୀ ଆସି ଧାନ ପଲ୍ଲା ଘାରିକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଥିଲେ। ଏହାପରେ ଏହି ନିକଟସ୍ଥ ଝିମିରି ଜଙ୍ଗଲଠାରେ ହାତୀପଲ ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ପୁଣି ଏହି ହାତୀପଲ ଗତ ବିଳମ୍ବିତ ରାତିରେ ଲାଞ୍ଜିଗଡ଼଼ ବନ ବିଭାଗ ଦ୍ୱାରା କରାଯାଇଥିବା ଚାରା ପ୍ରସ୍ତୁତି କେନ୍ଦ୍ରକୁ ଆସି ପ୍ରାୟ ୬ ହଜାର ବିଭିନ୍ନ କିଶମର ଚାରା ଶାଗୁଆନ, ବାଉଁଶ, କାଜୁ, ପଣସ, ଆମ୍ବ, ଜଙ୍ଗଲ ଭାଲିଆ, ବାହାଡ଼ା, ଚାକୁଣ୍ଡା, ତେନ୍ତୁଳି, ଶିଶୁଆ, ଜାମୁକୋଳି, ନୀଳଗିରି, କରଞ୍ଜ ଆଦି ଚାରାକୁ ମାଡି ଚକଟି ନଷ୍ଟ କରି ଦେଇଛନ୍ତି। ଆଜି ଭୋର ସକାଳେ ଲାଞ୍ଜିଗଡ଼ ଫରେଷ୍ଟ ଗାର୍ଡ ବିରଞ୍ଚି ନାରାୟଣ ପଣ୍ଡା ଓ ବିଭୂତି ଭୂଷଣ ନାଏକ, ଏଲିଫେଣ୍ଟ ସ୍କ୍ବାଡ଼ ସାଣ୍ଡରୁ ମାଝୀ ଓ ଅନ୍ୟମାନେ ନର୍ସରୀକୁ ଯାଇ ହାତୀପଲ କ୍ଷୟକ୍ଷତି କରିଥିବା ଦେଖି ଲାଞ୍ଜିଗଡ଼ ଫରେଷ୍ଟର ଦାୟିତ୍ୱରେ ଥିବା ସୁରେଶ ରାଉତଙ୍କୁ ଜଣାଇଥିଲେ। ଖବର ପାଇ ଫରେଷ୍ଟର ଶ୍ରୀ ରାଉତ ଚାରା କେନ୍ଦ୍ରକୁ ଆସି ପ୍ରାୟ ୬ ହଜାର ଚାରା ହାତୀପଲ ନଷ୍ଟ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ୧୪ ଟିକିଆ ହାତୀପଲରେ ୨ଟି ପୁରୁଷ, ୮ ଗୋଟି ମହିଳା ଓ ୪ ଗୋଟି ଛୁଆ ହାତୀ ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଥିବା ବେଳେ ଏହି ହାତୀପଲ ବର୍ତ୍ତମାନ ଟାଙ୍ଗନକଣା ଦେଇ ବିଶ୍ୱନାଥପୁର ବନ ବିଭାଗ ଅଧୀନରେ ଥିବା ହାତୀଶାଳ ଅଞ୍ଚଳକୁ ଯାଇଥିବା ଲାଞ୍ଜିଗଡ଼ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ହାତୀପଲର ଗତିବିଧି ଉପରେ ନଜର ରଖିବା ସହିତ ଅଞ୍ଚଳରେ ଏଲିଫେଣ୍ଟ ସ୍କ୍ବାଡ଼କୁ ସଜାଗ ରଖାଯାଇଛି ବୋଲି ଫରେଷ୍ଟର ଶ୍ରୀ ରାଉତ ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories