www.samajalive.in
Wednesday, December 10, 2025
26.1 C
Bhubaneswar

ଶିକ୍ଷକମାନେ ଶିକ୍ଷାଦାନକୁ ନିଜର ବ୍ରତ ଭାବରେ ଗ୍ରହଣ କରନ୍ତୁ : ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ସମସ୍ତ ଜିଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀମାନଙ୍କୁ ଏକ ଦିନିକିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଜି ପୂର୍ବାହ୍ନରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦାନ କରି ଶିକ୍ଷକ-ଶିକ୍ଷୟିତ୍ରୀମାନେ ଶିକ୍ଷାଦାନକୁ ନିଜର ବ୍ରତ ଭାବରେ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ମନ୍ଦୁ ଶ୍ରୀ ଦାଶ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ‘୫-ଟି’ ଉଚ୍ଚ ବିଦ୍ୟାଳୟଗୁଡିକର ରୂପାନ୍ତରୀକରଣ, ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଏବଂ ସର୍ବପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସର୍ବାଙ୍ଗୀନ ବିକାଶ କରିବା ନିମନ୍ତେ ସାମୁହିକ ପ୍ରଚେଷ୍ଟା ପାଇଁ ଆହ୍ୱାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ଆଶା ଭରସା ରହିଛି ତାହାର ତ୍ବରୀତ ରୂପାୟନ ନିମନ୍ତେ ମନ୍ତ୍ରୀ ଶ୍ରୀ ଦାସ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା,ଜେ-ପାଲ ଏବଂ ବ୍ରେକ୍‌ ଥ୍ରୋ ଟ୍ରଷ୍ଟ ଆନୁକୂଲ୍ୟରେ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲରେ ଲିଙ୍ଗଗତ ସମାନତା କାର୍ୟ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଅଛି। ଏହି କାର୍ଯ୍ୟକ୍ରମରେ ଆଗାମୀ ଶିକ୍ଷା ବର୍ଷରୁ ପିଲାମାନଙ୍କ ପାଠ୍ୟ ପୁସ୍ତକରେ ଲିଙ୍ଗଗତ ସମାନତା ପାଠ୍ୟ କ୍ରମରେ ସାମିଲ କରାଯିବ। ବର୍ତ୍ତମାନ ପିଲାମାନଙ୍କୁ ଏକ ସହାୟକ ପୁସ୍ତିକା ମାଧ୍ୟମରେ ଲିଙ୍ଗଗତ ସମାନତା ପାଠ ଅଧ୍ୟୟନ କରିବେ। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳନା କରାଯିବ। ବ୍ରେ ଥ୍ରୋ ଏବଂ ଜେ-ପାଲ ବୈଷୟିକ ଓ ଗବେଷଣା ସହାୟତା ଯୋଗାଇ ଦେବ ବୋଲି ସମ୍ମିଳନୀରେ ଆଲୋଚନା କରାଯାଇଥିଲା।

ଏହି ଅବସରରେ ବିଦ୍ୟାଳୟ ବାହାରେ ଥିବା, ଅଧାରୁ ପାଠ ଛାଡିଥିବା ପିଲାମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଧନ୍ଦାମୂଳକ ଶିକ୍ଷାର ପ୍ରଚଳନ ପାଇଁ ଏକ ପେଟିକାକୁ ମନ୍ତ୍ରୀ ଓ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା। ଏହି କାର୍ୟ୍ୟକ୍ରମ ୧୦ଟି ଆକାଂକ୍ଷୀ ଜିଲା ଗୁଡିକରେ ୧୦୦ ଗୋଟି ବିଦ୍ୟାଳୟରେ ପ୍ରଚଳନ କରାଯାଇଛି, ଯାହାକି ବିଦ୍ୟାଳୟ ସମୟ ନିର୍ଘଣ୍ଟ ବାହାରେ କ୍ଲାସ ହେବାର ଯୋଜନା ରହିଛି। ଏହି ଅବସରରେ “ଶିକ୍ଷଣ ଭରଣା ଯୋଜନା” କାର୍ୟ୍ୟକ୍ରମର ପୁସ୍ତିକା ଓ ସଫ୍ଟୱେୟାର ମଧ୍ୟ ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାରା ପିଲାମାନଙ୍କ ପାଇଁ ଲୋକାର୍ପିତ ହୋଇଥିଲା। ଏହା ଦ୍ୱାରା ୪୩,୯୧,୨୮୭ ଛାତ୍ରଛାତ୍ରୀ ଉପକୃତ ହେବେ।
ଉକ୍ତ ସମ୍ମିଳନୀରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠି, ଅନୁପମ ସାହା, ରାଜ୍ୟ ପ୍ରକଳ୍ପ ନିର୍ଦେଶକ, ଓସେପା, ଅତିରିକ୍ତ ଶାସନ ସଚିବ ତଥା ଅଧକ୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା, ଅଶ୍ୱିନୀ କୁମାର ମିଶ୍ର, ଅଧକ୍ଷ ମାଧ୍ୟମିକ ଶିକ୍ଷା ପରିଷଦ, ରାମଶିଷ ହାଜରା, ମାଧ୍ୟମିକ ଶିକ୍ଷା ନିର୍ଦେଶକ ସତ୍ୟ ରଞ୍ଜନ ସାହୁ, ପ୍ରାଥମିକ ଶିକ୍ଷା ନିର୍ଦେଶକ, ବୃନ୍ଦାବନ ଶତପଥୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଉକ୍ତ ସମ୍ମିଳନୀରେ ବିଭାଗୀୟ ବରିଷ୍ଠ ପଦାଧିକାରୀଙ୍କ ସମେତ ସମସ୍ତ ଜିଲାର ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ପରିଶେଷରେ ରାଜ୍ୟ ପ୍ରକଳ୍ପ ନିର୍ଦେଶକ, ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ, ସଂଗ୍ରାମ କେଶରୀ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories