www.samajalive.in
Monday, December 8, 2025
27.1 C
Bhubaneswar

ଅନିଲ ଅମ୍ବାନୀଙ୍କ ଚୌକିଦାର ହେଉଛନ୍ତି ପ୍ରଧାନମନ୍ତ୍ରୀ: ରାହୁଲ

ନୂଆଦିଲ୍ଲୀ : ରାଫେଲ ପ୍ରସଙ୍ଗରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପୁନର୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ରମଣ କରିଛନ୍ତି। ମୋଦୀଙ୍କୁ ସେ ‘ଦୁର୍ନୀତିଗ୍ରସ୍ତ’ ବୋଲି ଆକ୍ଷେପ କରିବା ସହ ରାଫେଲ କାରବାର ପାଇଁ ରିଲାଏନ୍ସ ଡିଫେନ୍ସ ମୁଖ୍ୟ ଅନିଲ ଅମ୍ବାନୀଙ୍କୁ ୩୦ହଜାର କୋଟି ଟଙ୍କାର ଫାଇଦା ଦେଇଥିବା ଅଭିଯୋଗ କରିଛନ୍ତି। ଏହାସହ ସେ ମୋଦୀଙ୍କୁ ଅନିଲ ଅମ୍ବାନୀଙ୍କ ଚୌକିଦାର ବୋଲି କହିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଫ୍ରାନ୍ସ ଗସ୍ତ ରାଫେଲ ଦୁର୍ନୀତିକୁ ଘୋଡ଼ାଇବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ମଧ୍ୟ ରାହୁଲ ଅଭିଯୋଗ କରିଛନ୍ତି। ଫ୍ରାନ୍ସ ଗଣମାଧ୍ୟମରେ ରାଫେଲ ନିର୍ମାତା ଡାସଲ୍ଟ ଆଭିଏସନ୍‍ ଉପରେ ରିଲାଏନ୍ସ ଡିଫେନ୍ସକୁ ସହଯୋଗୀ ନିର୍ଣ୍ଣୟ କରିବା ପାଇଁ ଚାପ ପଡ଼ିଥିଲା ବୋଲି ବୁଧବାର ପ୍ରକାଶ ପାଇଥିଲା। ଏହି ପରିପ୍ରେକ୍ଷୀରେ ଡାସଲ୍ଟ ନିଜ ପକ୍ଷରୁ ରିଲାଏନ୍ସ ଡିଫେନ୍ସକୁ ସମ୍ପୂର୍ଣ୍ଣ ସ୍ୱାଧୀନ ଭାବେ ସହଯୋଗୀ ବାଛିଥିଲା ବୋଲି ସଫେଇ ଦେବାରେ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories