www.samajalive.in
Sunday, December 7, 2025
15.1 C
Bhubaneswar

‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ପାଇଁ ଭାଜପାର ପ୍ରସ୍ତୁତି ବୈଠକ

ସମ୍ବଲପୁର :  ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରେ ପାଳନ କରାଯାଉଥିବା ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅବସରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହର ଘର ତ୍ରିରଙ୍ଗା ନାମରେ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଅଗଷ୍ଟ ୨ ତାରିଖରୁ ସମସ୍ତ ଦେଶବାସୀ ନିଜର ସାମାଜିକ ଗଣମାଧ୍ୟମ ର ଉତ୍ସରେ ତ୍ରିରଙ୍ଗା କୁ ପ୍ରୋଫାଇଲ ଫଟୋ ରୂପେ ରଖିବା ଏବଂ ଅଗଷ୍ଟ ୧୩ ରୁ ୧୫ ଯାଏ ସମସ୍ତ ଦେଶବାସୀ ନିଜ ଘରେ ଜାତୀୟ ପତାକା ଉଡାଇବା ପାଇଁ  ପ୍ରଧାନମନ୍ତ୍ରୀ ମୋଦୀ ଆହ୍ୱାନ ଦେଇଛନ୍ତି। ଏଣୁ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ଜଗତ ପ୍ରସାଦ ନଡ୍ଡା ଙ୍କ ନିର୍ଦ୍ଦେଶାନୁଯାୟୀ ସାରା ଭାରତରେ ଭାଜପା ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
ସେଥି ମଧ୍ୟରେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନ୍ୟତମ। ସମସ୍ତଙ୍କୁ ସଚେତନ ଓ ଜାଗ୍ରତ କରିବା ପାଇଁ ଭାଜପା ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ପାଇଁ ଜାତୀୟ ସ୍ତରରୁ ମଣ୍ଡଳ ପର୍ଯ୍ୟନ୍ତ କମିଟିମାନ ଗଠନ କରାଯାଇଛି। ଏହି ମର୍ମରେ ମଙ୍ଗଳବାର ସମ୍ବଲପୁର ଭାଜପା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ଗିରିଶ ପଟେଲଙ୍କ ଅଧ୍ୟକ୍ଷତାରେ ଦଳୀୟ କାର୍ଯ୍ୟାଳୟ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୫ ଜଣିଆ ଜିଲା କମିଟି ଓ ସମସ୍ତ ମଣ୍ଡଳରେ ୩ ଜଣିଆ ମଣ୍ଡଳ କମିଟି ଗଠନ କରାଯାଇଛି। ଆସନ୍ତା ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ଭାଜପା ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯିବ। ୧୧ ରୁ ୧୩ ପର୍ଯ୍ୟନ୍ତ ପ୍ରଭାତ ଫେରି ଓ ପଥପ୍ରାନ୍ତ ସଭା କରାଯିବ। ଏହି ବୈଠକରେ ଜିଲା ପ୍ରଭାରୀ ଟଙ୍କଧର ତ୍ରିପାଠୀ, ସୀମାଞ୍ଚଳ ଖଟେଇ, ଦେବେନ୍ଦ୍ର ମହାପାତ୍ର, ରାମଚନ୍ଦ୍ର ମେହେର, ମାନସ ରଞ୍ଜନ ବକ୍ସି, ଅନୀଲ ବେହେରା, ଆଶିଷ ହୋତା, ସୁଶୀଲ କର, ଅନ୍ନପୁର୍ଣ୍ଣା ବାରିକ, ଅଶ୍ୱିନୀ ମାଝୀ, ସମୀର ରଞ୍ଜନ ବାବୁ, ଫଣି ଭୂଷଣ ମିଶ୍ର, ମହମ୍ମଦ ଫିରୋଜ, ପ୍ରକାଶ ପ୍ରଧାନ, ମିଲନ ମହାରଣା ଙ୍କ ସମେତ ଜିଲା ପଦାଧିକାରୀ ଓ ମଣ୍ଡଳ ସଭାପତି ମାନେ ଉପସ୍ଥିତ ରହିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories