www.samajalive.in
Sunday, December 7, 2025
16.1 C
Bhubaneswar

ଶ୍ରାବଣର ଶନିବାର: ଆପଣାନ୍ତୁ ଏହି ଉପାୟ ,ମିଳିବ ଶୁଭଫଳ

ଶ୍ରାବଣ ମାସର ପ୍ରତ୍ୟେକ ଶନିବାରର ଖୁବ ବିଶେଷତ୍ୱ ରହିଛି। ରାଶିରେ ଥିବା ଗ୍ରହ ସମସ୍ୟାକୁ ଦୂର କରିବା ପାଇଁ ଏହି ମାସରେ ପ୍ରଭୁ ଶିବଙ୍କୁ ପୂଜା କରନ୍ତୁ ।

ପ୍ରତି ରବିବାର ସକାଳୁ ସ୍ନାନ ସାରି ଜଳରେ ଗୁଡ ମିଶାଇ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ । ଏହା ସହ ମନ୍ଦାର ଫୁଲ ମଧ୍ୟ ଅର୍ପଣ କରିପାରିବେ ।

- Advertisement -

ଚନ୍ଦ୍ରଙ୍କୁ ଶାନ୍ତ କରିବା ପାଇଁ ଶିବଲିଙ୍ଗ ଉପରେ ପଞ୍ଚାମୃତ ଅର୍ପଣ କରିବା ପରେ ଧଳା ରଙ୍ଗର କୌଣସି ଫୁଲ ଅର୍ପଣ କରନ୍ତୁ । ଶ୍ରାବଣ ମାସର ଯେକୌଣସି ଦିନରେ ଆପଣ ଏହି ଉପାୟ କରି ପାରିବେ ।

ମଙ୍ଗଳ ଗ୍ରହଙ୍କୁ ଶାନ୍ତ କରିବା ପାଇଁ ଜଳରେ ମହୁ ମିଶାଇ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ ଏବଂ କର୍ପୁର ଆଳତି କରନ୍ତୁ । ଶ୍ରାବଣ ମାସର ଯେକୌଣସି ମଙ୍ଗଳବାର ଏପରି କରିପାରିବେ ।
ଶ୍ରାବଣ ମାସରେ ବୁଧଙ୍କୁ ଶାନ୍ତ କରିବା ପାଇଁ ଶିବଲିଙ୍ଗ ଉପରେ ବେଲ ପତ୍ର ଅର୍ପଣ କରନ୍ତୁ । ଏହା ସହ ସୁଗନ୍ଧିତ ଜଳ ଅର୍ପଣ କରି ପାରିବେ । ଶ୍ରାବଣ ମାସ ବୁଧବାର ଦିନ ଏପରି କଲେ ଲାଲଦାୟକ ହୋଇଥାଏ ।

ବୃହଷ୍ପତିଙ୍କୁ ଶାନ୍ତ କରିବା ପାଇଁ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରନ୍ତୁ ଏବଂ ଶିବଲିଙ୍ଗ ଥିବା ବେଦି ଉପରେ ହଳଦୀ ଲଗାନ୍ତୁ । ଶ୍ରାବଣ ମାସର ପ୍ରତି ଗୁରୁବାର ଏପରି କରନ୍ତୁ ।

ଶୁକ୍ରଙ୍କୁ ଶାନ୍ତ କରିବା ପାଇଁ ଶ୍ରାବଣ ମାସରେ ଶିବଲିଙ୍ଗ ଉପରେ କ୍ଷୀର ଓ ଜଳ ଅର୍ପଣ କରନ୍ତୁ । ଧଳା ରଙ୍ଗର ସୁଗନ୍ଧିତ ଫୁଲ ଅର୍ପଣ କରନ୍ତୁ। ପ୍ରତି ଶୁକ୍ରବାର ଏପରି କରନ୍ତୁ, ଶୁକ୍ର ଦୋଷ ଦୂର ହେବ ।

ଶନିଦେବଙ୍କୁ ଖୁସି କରିବା ପାଇଁ ଶିବଲିଙ୍ଗ ଉପରେ ଆଖୁ ରସ ଅର୍ପଣ କରିବା ସହ ନୀଳ ରଙ୍ଗର ଫୁଲ ଅର୍ପଣ କରନ୍ତୁ । ଶ୍ରାବଣ ମାସର ପ୍ରତି ଶନିବାର ଶିବ ମନ୍ଦିରରେ ଘିଅ ଦୀପ ଜଳାନ୍ତୁ । ଏପରି କଲେ ଶନିଦେବ ପ୍ରସନ୍ନ ହୋଇଥାନ୍ତି ।

ରାହୁ ଓ କେତୁଙ୍କୁ ଶାନ୍ତ କରିବା ପାଇଁ ଶ୍ରାବଣ ମାସର ଯେକୌଣସି ଦିନରେ ଶିବଲିଙ୍ଗ ଉପରେ ଜଳ ସହ ଭାଙ୍ଗ ମିଶାଇ ଅର୍ପଣ କରନ୍ତୁ । ବୁଧବାର ଦିନ ଶିବ ମନ୍ଦିରରେ ପତକା ଅର୍ପଣ କଲେ ରାହୁ-କେତୁ ଶାନ୍ତ ହୋଇଥାନ୍ତି ।

ଶନିବାର ଦିନ ସନ୍ଧ୍ୟା ସମୟରେ ହନୁମାନଙ୍କୁ ଲାଲ ରଙ୍ଗର ଫୁଲ ଅର୍ପଣ କରନ୍ତୁ।

ଏହାପରେ ପ୍ରଭୁଙ୍କ ନିକଟରେ ହନୁମାନ ଚାଳିଶା ପାଠ କରନ୍ତୁ।
ଏହି ଦୁଇଟି ଉପାୟକୁ ଶ୍ରାବଣ ମାସର ଦ୍ୱିତୀୟ ଶନିବାର ଠାରୁ ଆରମ୍ଭ କରି ମୋଟ ୮ଟି ଶନିବାର କରନ୍ତୁ।
ସନ୍ତାନ ଜନିତ ସମସ୍ୟା ଦୂର ପାଇଁ –
ଶ୍ରାବଣ ମାସର ଶନିବାର ଦିନ ବରଗଛ ଲଗାନ୍ତୁ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ସନ୍ତାନ ଜନିତ ସମସ୍ୟା ଦୂର ହୋଇଥାଏ।
ଶ୍ରାବଣ ମାସରେ ପୂଜା ଉପାସନା କରିବା ଦ୍ୱାରା ଏହାର ଶୁଭଫଳ ନିଶ୍ଚିତ ରୂପେ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ମାସଟି ପ୍ରଭୁ ମହାଦେବଙ୍କ ପ୍ରିୟ ମାସ ଅଟେ।
ଶ୍ରାବଣ ମାସର ପ୍ରତ୍ୟେକ ଶନିବାରର ଖୁବ ବିଶେଷତ୍ୱ ରହିଛି। ଶ୍ରାବଣ ମାସ ଶନିବାର ଦିନ ଦାନ କରିବା ଦ୍ବାରା ଶନିଦେବଙ୍କ ବିଶେଷ କୃପା ଲାଭ ହୋଇଥାଏ ବୋଲି ମାନ୍ୟତା ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ଦାନ କରିବା ଦ୍ବାରା କି ଫଳ ମିଳିବ ।
କ୍ୟାରିୟର ଓ ଚାକିରୀ ଉନ୍ନତି ପାଇଁ ଲୁହା ବସ୍ତୁର ଦାନ କରନ୍ତୁ। ଏହି ଦାନ ଶ୍ରମିକଙ୍କୁ କରିବା ଉତ୍ତମ ଅଟେ ।
ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ ପୋଷାକ ଏବଂ ଔଷଧ ଦାନ କରନ୍ତୁ । ଏହା ମେଡିକାଲରେ ବା କୌଣସି ରୋଗୀଙ୍କୁ ଦାନ କରିବା ଉତ୍ତମ ଅଟେ ।
ମକଦ୍ଦମାରୁ ମୁକ୍ତି ପାଇବା ପାଇଁ କଳା ଚଣା ଓ ସୋରିଷ ତେଲ ଦାନ କରନ୍ତୁ । ଏହାକୁ କୌଣସି ଦରିଦ୍ରକୁ ଦାନ କରନ୍ତୁ।
ଆର୍ଥିକ ଅନଟନରୁ ମୁକ୍ତି ପାଇଁ ଅଶ୍ବତ୍ଥ ବୃକ୍ଷ ମୂଳରେ କ୍ଷୀର ଓ ଜଳ ରଖନ୍ତୁ । ଏକ ସୋରିଷ ତେଲରେ ଦୀପ ଜଳାଇବା ସହ ଅଶ୍ବତ୍ଥ ବୃକ୍ଷ ପରିକ୍ରମା କରନ୍ତୁ । ଏହା ପରେ ସେହି କ୍ଷୀରକୁ କୌଣସି ଗରିବକୁ ଦାନ କରନ୍ତୁ ।
ଶ୍ରାବଣର ପ୍ରତ୍ୟେକ ଶନିବାର ଦିନ ଶନିଦେବଙ୍କ ସହ ପ୍ରଭୁ ମହେଶ୍ୱରଙ୍କୁ ପୂଜା କରିବା ଉଚିତ।
ଶନିବାର ଦିନ ସମ୍ପୂର୍ଣ୍ଣ ସାତ୍ତ୍ୱିକ ଖାଦ୍ୟ ଖାଇବା ସହ ଗୋଟିଏ ବେଳା ଉପବାସ ରଖିବା ଉଚିତ।
କଳା ରଙ୍ଗର ପୋଷାକ ବଦଳରେ ନୀଳ ରଙ୍ଗର ପୋଷାକ ଧାରଣ କରନ୍ତୁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories