www.samajalive.in
Monday, December 8, 2025
27.1 C
Bhubaneswar

ଲଗାଣ ବର୍ଷା ପରେ ; ଫୁଲବାଣୀ ମୁଖ୍ୟ ରାସ୍ତା ଅବସ୍ଥା ଶୋଚନୀୟ

ଫୁଲବାଣୀ : ଗତ କିଛିଦିନରେ ଫୁଲବାଣୀରେ ହୋଇଥିଲା ଲଗାଣ ବର୍ଷା । ଫଳରେ ଫୁଲବାଣୀ ସହରର ମୁଖ୍ୟ ରାସ୍ତା ସଂପୂର୍ଣ୍ଣଭାବେ ଶୋଚନୀୟ ହୋଇ ପଡ଼ିଛି। ପରିସ୍ଥିତି ଏଭଳି ହୋଇଛି ଯେ, ଲୋକେ ଚାଲିକି ଯିବା ଓ ଗାଡ଼ି ଚଳାଇବାକୁ ଭୟ କଲେଣି। ମାଦିକୁନ୍ଦା ଛକ ଠାରୁ ଆରମ୍ଭ କରି ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ସଂପୂର୍ଣ୍ଣଭାବେ ରାସ୍ତା ହୋଇ ପଡ଼ିଛି ଗୁଡ଼ିମୟ। ରାସ୍ତାରେ ପିଚୁ ଉଠିଯାଇ ଛୋଟ ଛୋଟ ଗୁଡ଼ି ବାହାରି ପଡ଼ିଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରଭାବରେ ବାୟୁ ପ୍ରଦୂଷଣ ଏବେ ଚରମ ସୀମାରେ ପହଞ୍ଚିଛି। ଉକ୍ତ ରାସ୍ତାର ତୁରନ୍ତ ମରାମତି କରାନଗଲେ ଆଗାମି ଦିନରେ ସୃଷ୍ଟି ହେବାକୁ ଥିବା ସମସ୍ୟାକୁ ଏଡାଇ ଦିଆଯାଇନପାରେ। ତୁରନ୍ତ ମରାମତି କରିବା ପାଇଁ ଦାବି ହୋଇଛି। ଗୋଟିଏ ପଟେ ନିମ୍ନ ମାନର କାର୍ଯ୍ୟ ସହିତ ଅନ୍ୟପଟେ ଲଗାଣବର୍ଷା ଫଳରେ ରାସ୍ତାର ଅବସ୍ଥା ଏଭଳି ହୋଇଥିବା ମଧ୍ୟ ଆଲୋଚନା ଜୋର ଧରିଛି। ତେବେ ଗତ କିଛିମାସ ତଳେ ଉକ୍ତ ରାସ୍ତାର ମରାମତି କରାଯାଇଥିବା ବେଳେ ମାତ୍ର ସପ୍ତାହେ ବର୍ଷା ପରେ ଏଭଳି ପରିସ୍ଥିତିକୁ ଅନେକ ନାନା ସନ୍ଦେହରେ ଦେଖିଛନ୍ତି। ବର୍ଷର ବିଭିନ୍ନ ସମୟରେ ଉକ୍ତ ରାସ୍ତାର ମରାମତି କରାଯାଉଥିବା ବେଳେ ଚଳିତ ଥର ପରିସ୍ଥିତି ଗମ୍ଭୀର ହୋଇ ପଡ଼ିଛି। ଚାଲି ଚାଲି ଦୂରର କଥା ବାଇକ୍ ଚଳାଇବା ମଧ୍ୟ କଷ୍ଟକର ହୋଇ ପଡ଼ିଲାଣି। ଏଭଳି ସ୍ଥଳେ ତୁରନ୍ତ ବାୟୁ ପ୍ରଦୂଷଣ ରୋକିବା ସହିତ ରାସ୍ତାର ମରାମତି କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories