www.samajalive.in
Monday, December 8, 2025
27.1 C
Bhubaneswar

୪୫କେଜି ଗଞ୍ଜେଇ ଓ ଗାଡି ଜବତ, ଜଣେ ଗିରଫ

ଘଣ୍ଟାପଡା: କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ପକ୍ଷରୁ ଲଣ୍ଡାପଦର ଛକ ନିକଟରୁ ଗଞ୍ଜେଇ ଚାଲାଣ ସମୟରେ ୪୫କେଜି ଗଞ୍ଜେଇ ଗୋଟିଏ ଗାଡି ସମେତ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି। ଖବର ମୁତାବକ ସୋମବାର ରାତିରେ ଗଞ୍ଜେଇ ଚାଲାଣ କରୁଥିବା ଖବର ପାଇ ଘଣ୍ଟାପଡା ଫାଣ୍ଡି ଅଧିକାରୀ ଗଣପତି ଥାନାପତିଙ୍କ ନେତୃତ୍ୱରେ ପୁଲିସ ପୂର୍ବରୁ ଛପି ରହିଥିଲା। ଏକ ଧଳା ରଙ୍ଗର ମାରୁତି ସୁଜୁକି ଗାଡିକୁ ଅଟକାଇ ଯାଞ୍ଚ କରିବାରୁ ଗାଡି ଭିତରୁ ୪୫ କେଜି ଗଞ୍ଜେଇ ବାହାରିଥିଲା। ଅଭିଯୁକ୍ତ ଜଣକ ମନମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୁର୍ପା ଗ୍ରାମର ମାନସ ନାଗ ବୋଲି ଜଣାପଡିଛି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା କଣ୍ଟାମାଳ ଥାନା ଦାୟିତ୍ବରେ ଥିବା ଡିଏସପି ତପସ୍ବିନୀ କଅଁର ସୂଚନା ଦେଇଛନ୍ତି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories