ଗଞ୍ଜାମ: ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାରରେ ବିଭିନ୍ନ ଶୈବ ପୀଠରେ ଜଳାଭିଷେଖ ପାଇଁ ଗଞ୍ଜାମ ସହର ସନ୍ନିକଟ ଦାମୋଦରପୁର ଋଷିକୁଲ୍ୟା ନଦୀଘାଟରେ ବୋଲବମ ଭକ୍ତମାନଙ୍କ ପ୍ରବଳ ଭିଡ ରବିବାର ଦିନ ଦେଖିବାକୁ ମିଳିଛି। ଜିଲ୍ଲା ତଥା ଜିଲ୍ଲା ବାହାର ବିଭିନ୍ନ ସ୍ଥାନରୁ ଦଳ ଦଳ ହୋଇ କାଉଡ଼ିଆମାନେ ଗେରୁଆ ବସ୍ତ୍ର ପରିଧ୍ୟାନ କରି ନଦୀ ଘାଟରେ ସମାଗମ ହୋଇଥିଲେ। ପୁଣ୍ୟତୋୟା ଋଷିକୁଲ୍ୟା ନଦୀରୁ ଶ୍ରାବଣୀ ଭାର କାନ୍ଧରେ ବୋହି ନେଇ ନିକଟସ୍ଥ ବାବା ଆଖଣ୍ଡଳମଣି ଶୈବପୀଠରେ ବେଢ଼ା ପରିକ୍ରମା କରିବା ପରେ ସେମାନେ ବିଭିନ୍ନ ଶୈବପୀଠ ଅଭିମୁଖେ ଯାତ୍ରା କରୁଥିବା ଜଣାପଡିଛି।
ବୋଲବମ ହରହର ବମ ପରି ମହାଦେବଙ୍କ ସମ୍ପର୍କରେ ବିଭିନ୍ନ ନାରା ଦେଇ କାଉଡ଼ିଆମାନେ ଯାଉଛନ୍ତି। କାଉଡ଼ିଆମାନଙ୍କ ଭିଡକୁ ଦୃଷ୍ଟିରେ ରଖି ବିଭିନ୍ନ ଉଠା ଦୋକାନମାନ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ପସରା ମେଲିଥିବା ଲକ୍ଷ କରାଯାଇଥିଲା। ଦାମୋଦରପୁର ବାବା ଆଖଣ୍ଡଳମଣି ବୋଲବମ ପରିଚାଳନା କମିଟି ପକ୍ଷରୁ ମାନସିକଧାରୀମାନଙ୍କ ପାଇଁ ସୁବବ୍ୟବସ୍ଥା କରାଯାଇଥିଲା



